pakka

ଆଗଲପୁର ବ୍ଲକ ଜୋନ ନଂ.୧ର ପ୍ରାର୍ଥୀ ଗଣେଶ ସାହୁଙ୍କ ପାଇଁ ନରସିଂହଙ୍କ ନିର୍ବାଚନୀ

bbehera
  • ବିଗତ ଦିନର ବିଜୟୀ ପ୍ରାର୍ଥୀଙ୍କୁ ରିପୋର୍ଟ କାର୍ଡ ମାଗନ୍ତୁ ଜନସାଧାରଣ- ନରସିଂହ
    ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିର୍ବାଚନ ଆସୁ ଆସୁ ବିଭିନ୍ନ ଦଳ ତଥା ରାଜନୈତକ ବ୍ୟକ୍ତି ବିଶେଷଙ୍କ ହଠାତ ଜନସାଧାରଣଙ୍କ ପ୍ରତି ଦରଜ ଜାଗି ଉଠେ । ନିର୍ବାଚନୀ ବୈତରଣୀ ପାର ହେବା ପରଠୁଁ ଥରୁଟିଏ ମଧ୍ୟ ଅନାଇ ନଥିବା ଅଂଚଳକୁ ମଧ୍ୟ ନେତାଙ୍କ ସୁଅ ଛୁଟେ । ମିଠା ମିଠା ଦରଦି କଥା ସାଙ୍ଗକୁ ଭଳି କି ଭଳି ପ୍ରତିଶୃତିରେ ପୋତି ଦିଅନ୍ତି ବର୍ଷ ବର୍ଷର ଅବହେଳିତ ଜନାତାଙ୍କୁ । ତା ସହ ଲୋଭ ଓ ଭୟର ବାତାବରଣ ସୃଷ୍ଟି କରି ପୁଣି ଭୋଟ କବଜା କରିବାକୁ ଅପଚେଷ୍ଟା କରନ୍ତି ଅନେକେ । କିନ୍ତୁ ଜନସାଧାରଣ ସେସବୁକୁ ନଜର ଅନ୍ଦାଜ କରି ବିଗତ ଦିନର ବିଜୟୀ ପ୍ରାର୍ଥୀଙ୍କୁ ସେମାନଙ୍କର ରିପୋର୍ଟ କାର୍ଡ ମାଗିଲେ ଅଂଚଳ ଓ ଅଂଚଳବାସୀଙ୍କ ପ୍ରତି ସେମାନଙ୍କ ପ୍ରଦର୍ଶନ କଣ ଓ ଦରଜ କେତେ ତାହା ସ୍ପଷ୍ଟ ହୋଇଯିବ ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଗଲପୁର ବ୍ଲକ ଅନ୍ତର୍ଗତ ଜୋନ ନଂ.୧ର କଂଗ୍ରେସ ପ୍ରାର୍ଥୀ ଗଣେଶ ସାହୁଙ୍କ ପାଇଁ ନିର୍ବାଚନ ପ୍ରଚାର ସମୟରେ ପ୍ରତିକ୍ରିୟା ରଖିଛନ୍ତି । ଆଜି ଅପରାହ୍ନରେ ବିଧାୟକ ଶ୍ରୀ ମିଶ୍ର ଜୋନ ନଂ.୧ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଗଣେଶ ସାହୁଙ୍କ ସହ ଆଗଲପୁର ବ୍ଲକ ଅନ୍ତର୍ଗତ କୁଡାପାଲି, ପଥେରମୁଣ୍ଡା, ଲଖନପାଲି, ମାଉଲପାଲି, ବୁଦଲା, ରେଙ୍ଗାଲି, ବାଇଗନଖାରି, ଅଇଁଲାପାଲି, ନଅଗାଁ କ ଓ କଉଠିପାଲି ଗ୍ରାମ ଗସ୍ତ କରି ଦଳିୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ଏହି ସମୟରେ ବିଭିନ୍ନ ଗ୍ରାମରେ ଭୋଟ ପାଇଁ କିଛି ଦଳ ତଥା ପ୍ରାର୍ଥୀ ଅଯଥା ଭୟ ଓ ଲୋଭର ବାତାବରଣ ସୃଷ୍ଟି କରୁଥିବା ନେଇ ଉପସ୍ଥିତ ଜନତା ବିଧାୟକ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଭଳି ପ୍ରାର୍ଥୀ ମାନଙ୍କ ଲୋଭ ତଥା ଭୟର ବଶବର୍ତ୍ତି ନହୋଇ ଗ୍ରାମବାସୀ ସେମାନଙ୍କ ରିପୋର୍ଟ କାର୍ଡ ମାଗନ୍ତୁ । ଯାହା ଗ୍ରାମବାସୀଙ୍କୁ ବିନା ଭୟ ଓ ଲୋଭରେ ଅଂଚଳ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନରେ ସହାୟକ ହେବ ବୋଲି ବୋଲି ଶ୍ରୀ ମିଶ୍ର ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ଆହୁରି ଆଗଲପୁର ବ୍ଲକ ଜୋନ ନଂ.୧ରେ ଗଣେଶ ସାହୁଙ୍କ ପରି ଜଣେ ନବ ଉଦିୟମାନ ନେତାଙ୍କୁ ଲୋକେ ନିର୍ବାଚିତ କରି ପଠାଇଲେ ଅଂଚଳର ଶିକ୍ଷା, କୃଷି, ରାସ୍ତାଘାଟ, ଜଳସେଚନ, ସୁରକ୍ଷା ଭଳି ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ମତବ୍ୟକ୍ତ କରିବା ସହ ଗଣେଶ ସାହୁଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଜନସାଧାରଣଙ୍କୁୁ ଆହ୍ୱାନ କରିଛନ୍ତି ।
jay balangir
Leave A Reply

Your email address will not be published.

10 + 4 =

error: Content is protected !!