jsm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମ ଜୟନ୍ତୀରେ ୭୨ ୟୁନିଟ ରକ୍ତ ସଂଗ୍ରହ କଲା ପଦ୍ମପୁର ବିଜେପି

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ୧୭ ସେପ୍ଟେମ୍ବରରୁ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ ୨ ଅକ୍ଟୋବର ପର୍ଯ୍ୟନ୍ତ ସର୍ବ ଭାରତୀୟ ସ୍ତରରେ ସେବା ପାଳନ କରିବା ପାଇଁ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସ୍ତରର ନିଷ୍ପତ୍ତି ଅନୁସାରେ ଆଜି ପଦ୍ମପୁର ଯୁବମୋର୍ଚ୍ଚା ପକ୍ଷରୁ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରୀତେଶ ବହିଦାରଙ୍କ ନେତୃତ୍ୱରେ ପଦ୍ମପୁର ସ୍ଥିତ ରାଜାଜୀ ଟାଉନ ହଲଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିନ ଅବସରରେ ସର୍ବମୋଟ ୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ଗୋବର୍ଦ୍ଧନ ଭୁଏ, ସରୋଜ ପାଣିଗ୍ରାହୀ, ଶ୍ରୀକାନ୍ତ ପାଣିଗ୍ରାହୀ, ଲମ୍ବୋଦର ପଣ୍ଡା, ରାଜୁ ଘିବେଲା, ମକର୍ଧ୍ୱଜ ବଗାର, ସରସ୍ୱତୀ ସାହୁ, କୁମୁଦିନୀ ସାହୁ, ଜ୍ୟୋତ୍ସ୍ନାରାଣୀ କର, ରଞ୍ଜୁ ସେଟ, ଅଶୋକ ମିଶ୍ର, ସୁନୀଲ ଅଗ୍ରୱାଲ, ସୌକିଲାଲ ସାହୁ, ନିରାକାର ବରିହା, କେତନ ମେହେର, କୈଳାସ ଦିଶ୍ରୀ, ସଞ୍ଜୟ ବେହେରା, ହରେକୃଷ୍ଣ ପଟେଲ, ମିଳନ ପାଣ୍ଡେ, ହରି ସିଂ, ଆଦିତ୍ୟ ରଥ, ସୁବାଷ ପାତ୍ର, ଚିନ୍ମୟ ପଣ୍ଡା, ନରୋତ୍ତମ ପଧାନ, ସରୋଜ ମିଶ୍ର, ସୁନୀଲ ବେହେରା, ମୁରଲୀ ସାହୁ, ଆର୍ତ୍ତ ସେଟ, ଦୟାନିଧି ସୁନା ପ୍ରମୁଖ ଉପସ୍ଥିତ ଥିଲେ । ଯୁବମୋର୍ଚ୍ଚାର ନରେଶ ସାହୁ, ଅମିତ ଗର୍ଗ, ଯୁଗଳ ସାହୁ, ମନଟୁ ପାଣ୍ଡେ, ଦୀନେଶ ବାରିକ, ଲକ୍ଷ୍ମୀକାନ୍ତ ବରିହା, ଦୀପକ ବାରିକ, ରାଜେନ୍ଦ୍ର ମରେହିଁ, ମୋତିଲାଲ ଧରୁଆ, ମହମ୍ମଦ ବାରିଷ, କାହ୍ନା ବାରିକ, ନିତେଶ ବାଗ, ଅଜିତ ସାହୁ, ସୁମିତ ଘିବେଲା, ମଙ୍ଗଲୁ ନିଆଲ, ରାଜୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ । ରକ୍ତ ଭଣ୍ଡାର ପକ୍ଷରୁ ସଂଗ୍ରାମ ମହନ୍ତ, ଦୀପକ ସାହୁ, ସୁମିତ ସିହ୍ନା, ଅଶ୍ୱିନୀ ଗୁର୍ଲା, ପପୁ ମାଝୀ, ଶ୍ୟାମସୁନ୍ଦର ସାହୁ ଶିବିର ପରିଚାଳନା କରିଥିଲେ । ସମସ୍ତଙ୍କର ମିଳିତ ଉଦ୍ୟମରେ ଶିବିର ସଫଳ ହୋଇଥିବାରୁ ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ କୁନାଲ ପାଣିଗ୍ରାହୀ ରକ୍ତଦାତା, ମଣ୍ଡଳ ସଭାପତି ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.