ରକ୍ଷକ ଯଦି ଭକ୍ଷକ : କେନ୍ଦୁପତ୍ର ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ଗଛକୁ କାଟି ଦିଆଯାଇଛି

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଜଙ୍ଗଲ । ସଚେତନତା ଅଭାବରୁ ଲୋକେ ଗଛ ସବୁ କାଟି ଦେଉଥିବାରୁ ବଢି ବଢି ଚାଲିଛି ପ୍ରାକୃତିକ ବିପର୍ୟ୍ୟୟ । ଏଣୁ ଲୋକଙ୍କୁ ବ୍ୟାପକ ସଚେତନ କରାଯିବା ସହ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କରାଯାଉଛି ବୃକ୍ଷରୋପଣ । ହେଲେ ରକ୍ଷକ ଯଦି ଭକ୍ଷକ ସାଜେ ତାହେଲେ କହିବା କାହାକୁ । ଖୋଦ କେନ୍ଦୁପତ୍ର ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ଗଛକୁ କାଟି ଦିଆଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ରେଂଜ ଅନ୍ତର୍ଗତ ବିଶିମୁଣ୍ଡା କେନ୍ଦୁପତ୍ର ବନାଞ୍ଚଳ କାର୍ୟ୍ୟାଳୟରେ ଘଟିଛି ଏଭଳି ଘଟଣା । ବନ ବିଭାଗର ବିନା ଅନୁମତିରେ କାର୍ୟ୍ୟାଳୟ ପରିସରରେ ଥିବା ଶିଶୁ, ସାଗୁଆନ, ୟୁକାଲିପଟାସ ଏବଂ ଆକାଶୀ ଭଳି ମୁଲ୍ୟବାନ ବୃକ୍ଷକୁ କାଟି ବିକ୍ରୀ କରିବାର ଯୋଜନା ହୋଇଛି । ଏଭଳିକି ପରିସରରେ ଥିବା ଆହୁରୀ ଅନେକ ମୁଲ୍ୟବାନ ଗଛକୁ କାଟିବାପାଇଁ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି ।

ବନ ବିଭାଗ ପକ୍ଷରୁ ଏନେଇ କୌଣସି ଅନୁମତି ଦିଆଯାଇ ନଥିବା ଖୋଦ ଡିଏଫଓ କହିଛନ୍ତି । ସାଧାରଣ ଲୋକ ବିନା ଅନୁମତିରେ ଗଛ କାଟିଲେ ତାକୁ ଦଣ୍ଡ ବିଧାନ ଥିବାବେଳେ ଏବେ କେନ୍ଦୁପତ୍ର ଅଧିକାରୀଙ୍କ ଏଭଳି ଗଛକଟା ପରେ ସେମାନଙ୍କ ବିରୁଦ୍ଧରେ କଣ କାର୍ୟ୍ୟାନୁଷ୍ଠାନ ନେଉଛି ବନ ବିଭାଗ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.