ଭୀମସାର୍‌ର ନୂତନ ପରିଚାଳନା ବୋର୍ଡ ଗଠିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ଭୀମସାର୍‌ର ନୂତନ ପରିଚାଳନା ବୋର୍ଡ ଗଠିତ ହୋଇଛି । ଏଥିରେ ଏକ୍ସ ଅଫିସିଓ ସଦସ୍ୟ ଭାବରେ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ବିତ୍ତ ବିଭାଗ ସଚିବ, ଡିଏମ୍‌ଇଟି ଓଡ଼ିଶା, ଭୀମସାର୍ ଡିନ୍‌ , ଭିସୁଟ କୁଳପତି ସମେତ ଡ.ଚିତ୍ତରଞ୍ଜନ ଆଚାର୍ୟ୍ୟ, ଡ.ଉତ୍ତମ ପାଣି, ସାମ୍ବାଦିକ ଶିବଶଙ୍କର ନନ୍ଦ, ଡ. ବିନୋଦ ବିହାରୀ ନାୟକ, ଏସସିବି ମେଡିକାଲ୍ ଡିନ୍‌, ବ୍ରହ୍ମପୁର ମେଡ଼ିକାଲ ଡିନ୍‌ ଅଛନ୍ତି । ଏହାର କାର୍ୟ୍ୟକାଳ ତିନି ବର୍ଷ ରହିବ । ନୂତନ ପରିଚାଳନା କମିଟି ସାମ୍ନାରେ ବହୁ ଚାଲେଞ୍ଜ ରହିଛି, ତାହାକୁ କମିଟି କିଭଳି ସାମ୍ନା କରିବ, ତାହା ସମୟ କହିବ ।

Leave A Reply

Your email address will not be published.