ଆଦର୍ଶ ବିଦ୍ୟାଳୟ ଇଂରାଜୀ ଶିକ୍ଷକ ବଦଳି ଆଦେଶ ପ୍ରତ୍ୟାହାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ମହୀଧର ରଣା

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟଙ୍କ ପତ୍ର ସଂଖ୍ୟା ୩୩୦୪/ତା୦୯.୧୨.୨୦୧୯ କ୍ରମେ କଣ୍ଟାମାଳ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଇଁଲାଚୁଆଁର ଇଂରାଜୀ ଶିକ୍ଷକ ଶିବ ସୁନ୍ଦର ରାଉତଙ୍କ କୋରାପୁଟକୁ ବଦଳି ହୋଇଥିଲା । ଏହି ବଦଳି ଆଦେଶକୁ ପ୍ରତ୍ୟାହାର କରିବା ନେଇ ବିଦ୍ୟାଳୟର ଅଭିଭାବକମାନେ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ସୃଷ୍ଟି ହୋଇଥୁବା ଅଚଳାବସ୍ଥାକୁ ଦୃଷ୍ଟିରେ ରଖୁ ବିଧାୟକ ଶ୍ରୀ ରଣା ଗୁରୁବାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଆଦେଶନାମାକୁ ର‌ଦ୍ଦ କରିବା ନେଇ ଏକ ପତ୍ର ଲେଖୁଛନ୍ତି । ପ୍ରକାଶ ଥାଉ କି ବିଦ୍ୟାଳୟ ଆରମ୍ଭରୁ ଶିବ ସୁନ୍ଦର ରାଉତ ଇଂରାଜୀ ଶିକ୍ଷକ ଭାବେ ଶିକ୍ଷକତା କରି ଆସୁଥିଲେ । ତାଙ୍କର ପଦୋନ୍ନତି ହେବାରୁ ତାଙ୍କୁ ୨୦୧୯ ମସିହା ଡିସେମ୍ବରରେ କୋରାପୁଟ ବଦଳି କରାଯାଇଥଲା । ତେବେ ଅଭିଭାବକମାନେ ଆଦର୍ଶ ବିଦ୍ୟାଳୟ ଚେୟାରମ୍ୟାନ୍ ତଥା ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାରୁ ତାଙ୍କୁ ଡେପୁଟେସନ୍‌ରେ ଅଣାଯାଇଥିଲା । ତେବେ ଜିଲ୍ଲାପାଳଙ୍କ ବିନା ଅନୁମୋଦନ ବା ପରାମର୍ଶରେ ଇଂରାଜୀ ଶିକ୍ଷକ ଶ୍ରୀ ରାଉତଙ୍କୁ ଗତ ସେପ୍ଟେମ୍ବର ୨୫ତାରିଖ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ରିଲିଭ କରି ଦେଇଥିଲେ । ଏହା ପରେ ବିଦ୍ୟାଳୟ ଅଭିଭାବକମାନେ ସେପ୍ଟେମ୍ବର ୨୮ତାରିଖ ତୁରନ୍ତ ଏକ ବୈଠକ ଡାକି ବିଦ୍ୟାଳୟର ଅବ୍ୟବସ୍ଥା ସଂପର୍କରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣେ ସ୍ଥାୟୀ ଇଂରାଜୀ ଶିକ୍ଷକ ଓ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.