csstore

ବୃକ୍ଷ ଦେବତାଙ୍କୁ ରାକ୍ଷୀ ବାନ୍ଧିଲେ ପ୍ରକୃତି ବନ୍ଧୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବନ ବିଭାଗ ରେଞ୍ଜ ଅଫିସ ପରିସରରେ ଏକ ନିଆରା ରାକ୍ଷୀ ବାନ୍ଧିବା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ପ୍ରକୃତି ବନ୍ଧୁ ବଡ ଶତପଥି ଓ ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ ପ୍ରତି ବର୍ଷ ପରି ଏଥର ପାଇକମାଲ ରେଞ୍ଜ ଆଫିସ ପରିସରରେ ନିମ୍ବ ବୃକ୍ଷ ଦେବତାଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରି ନଡ଼ିଆ ଭୋଗ ଲଗାଇ ରାକ୍ଷୀ ବାନ୍ଧିଥିଲେ । ଏନେଇ ଅନୁଷ୍ଠିତ ସଭାରେ ରେଞ୍ଜର ରାଜେନ୍ଦ୍ର ଭୋଇ ସଭାପତିତ୍ୱ କରିଥିବା ବେଳେ ଏସିଏଫ୍‌ ରାଜେନ୍ଦ୍ର କୁମାର ଗୋଛାୟତ ମୁଖ୍ୟ ଅତିଥି, ରେଞ୍ଜର ରାଜ କିଶୋର ଭୋଇ, ଫରେଷ୍ଟର ଦିବାକର ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ବୃକ୍ଷ ଦେବତାଙ୍କୁ ରାକ୍ଷୀ ବାନ୍ଧି ପ୍ରକୃତି ବନ୍ଧୁ ଶ୍ରୀ ଶତପଥି ଓ ଶ୍ରୀ ମୁଣ୍ଡ ଯେଉଁ ବାର୍ତ୍ତା ସମାଜକୁ ଦେଇଛନ୍ତି ତାହା ପ୍ରକୃତରେ ଭାଇକୁ ଭଉଣୀ ଯେପରି ରାକ୍ଷୀ ବାନ୍ଧି ସାରା ଜୀବନ ସ୍ନେହ ମମତା ଦେଇଥାଏ ସେହିପରି ଗଛ ଲଗାଇ ସ୍ନେହ ଓ ମମତା ଦେଇ ଗଛକୁ ଯତ୍ନ ନେବା ଉଚିତ ବୋଲି ଅତିଥିମାନେ କହିଥିଲେ । ସଭାର ଉଦ୍ଦେଶ୍ୟ ଜ୍ଞାପନ ବଡ ଶତପଥି କରି ଥିବା ବେଳେ ବିଭୁତି ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.