ଗତ ୨୪ ଘଂଟାରେ ରାଜ୍ୟରେ ୮୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଥମୁନି ଅମାନିଆ ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟ ୬୧୬୯୮ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୪୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୭୩୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୧୯, ବାଲେଶ୍ୱରରୁ ୧୫୫, ବରଗଡ଼ରୁ ୪୨୩, ଭଦ୍ରକରୁ ୧୦୩, ବଲାଙ୍ଗିରରୁ ୪୫୯, ବୌଦ୍ଧରୁ ୫୭, କଟକରୁ ୫୭୦, ଦେବଗଡ଼ରୁ ୧୦୨, ଢେ଼ଙ୍କାନାଳରୁ ୩୩, ଗଜପତିରୁ ୧୨୫, ଗଂଜାମରୁ ୧୯୮, ଜଗତସିଂହପୁରରୁ ୨୧, ଯାଜପୁରରୁ ୩୨୧, ଝାରସୁଗୁଡ଼ାରୁ ୪୧୧, କଳାହାଣ୍ଡିରୁ ୧୯୫, କନ୍ଧମାଳରୁ ୫୪, କେନ୍ଦ୍ରାପଡ଼ାରୁ ୮୫, କେଉଁଝରରୁ ୧୪୮, ଖୋର୍ଦ୍ଧାରୁ ୧୪୦୮, କୋରାପୁଟରୁ ୧୧୩, ମାଲକାନଗିରିରୁ ୩୪, ମୟୁରଭଂଜରୁ ୨୨୦, ନବରଂଗପୁରରୁ ୩୬୮, ନୟାଗଡ଼ରୁ ୧୬୦, ନୂଆପଡ଼ାରୁ ୩୦୪, ପୁରୀରୁ ୫୧୪, ରାୟଗଡ଼ାରୁ ୧୫୧, ସମ୍ବଲପୁରରୁ ୪୧୦, ସୋନପୁରରୁ ୯୮, ସୁନ୍ଦରଗଡ଼ରୁ ୭୪୫ ଓ ଷ୍ଟେଟ ପୁଲ୍‌ରୁ ୨୭୭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.