ଏଚ୍‌ଡିଏଫ୍‌ସି କମ୍ପାନୀ ଚଞ୍ଚକତା କରି ବରଗଡ ଜିଲ୍ଲାର ୭୦ ହଜାରରୁ ଅଧିକ ଚାଷୀଙ୍କ ପଞ୍ଜିକୃତ ଫସଲ ରିଜେକ୍ଟ କରିଛି, ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ : ପ୍ରଦୀପ ପୁରୋହିତ

  • ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ତୁରନ୍ତ ପ୍ରଦାନ ପାଇଁ ଓଡିଶା କୃଷି ସଚିବଙ୍କୁ ଭେଟି ଆଲୋଚନା କଲେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଆଜି ଭୁବନେଶ୍ଵର ସ୍ଥିତ ରାଜ୍ୟ କୃଷି ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ସଂଚିବ ଚୋପ୍ରାଙ୍କୁ ଭେଟି ବରଗଡ ଜିଲ୍ଲା ପଦ୍ମପୁର ସବ୍‌ଡିଭିଜନ ଗତ ୨୦୨୧ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ତୁରନ୍ତ ଚାଷୀମାନଙ୍କୁ ପ୍ରଦାନ କରିବା ପାଇଁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ ଉପସ୍ଥିତ ରହିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୦୨୧ ବର୍ଷ ପାଇଁ ବରଗଡ ଜିଲ୍ଲାରେ ଚାଷୀମାନେ ପଞ୍ଜିକୃତ କରିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ଏଚ୍‌ଡିଏଫ୍‌ସି ବୀମା କମ୍ପାନୀ ବେଆଇନ ଭାବେ ୭୦ ହଜାରରୁ ଅଧିକ ଚାଷୀଙ୍କ ବୀମା ରେଜିଷ୍ଟ୍ରେସନକୁ ବାତିଲ କରି ଦେଇଛି । ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଦ୍ୱାରା ବାରମ୍ବାର ଆନ୍ଦୋଳନ ପରେ ଜିଲ୍ଲା ପ୍ରଶାସନ କୃଷକମାନଙ୍କ ସହ ଆଲୋଚନା କରି ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ କରାଯିବ ବୋଲି ବାରମ୍ବାର ପ୍ରତିଶୃତି ଦେଉଥିବା ବେଳେ ଆଜିଯାଏ ଚାଷୀମାନେ ବୀମା ଟଙ୍କା ପାଇଲେ ନାହିଁ । ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବେ ବୋଲି ସଚିବ ଶ୍ରୀ ଚୋପ୍ରା ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.