ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଠାଗାର ପରିସରରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ତଥା ଜିଲ୍ଲା ସଂସ୍କୃତି ପରିଷଦ ତଥା ଜିଲ୍ଲା ପ୍ରଶାସନର ଆୟୋଜନରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ପୌରନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଓ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡାକ୍ତର ଜ୍ୟୋତିର୍ମୟୀ ସାହୁ ଏବଂ ବକ୍ତା ଭାବେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସଦାଶିବ ମଲ୍ଲିକଙ୍କ ସହ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ ମଂଚାସୀନ ଥିଲେ । ସାମ୍ବାଦିକ ସନ୍ଦୀପ କୁମାର କୁଅଁରଙ୍କ ସଭା ପରିଚାଳନାରେ ପ୍ରାରମ୍ଭରେ ରଜ ଗୀତ ପରିବେଷଣ କରିଥିଲେ ସ୍ବରଝଙ୍କାରର କଳାକାରମାନେ । ମଂଚାସୀନ ଅତିଥି ମାନେ ସଂସ୍କୃତିର ବିଚିତ୍ର ଭାବ ଓ ସ୍ବତନ୍ତ୍ରତା ସହ ରଜ ମହୋତ୍ସବ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ପରେ ସ୍ବର ଝଙ୍କାର, ଖୁସି ଡେନ୍ସ ଏକାଡେମୀ, ଘୁଙ୍ଗୁର ଡେନ୍ସ ସ୍କୁଲର ଓ ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯୁବକବି ଅର୍ଜୁନ ସାହୁ । କାର୍ୟ୍ୟକ୍ରମରେ ନାରୀ ଶକ୍ତି ଫାଉଣ୍ଡେସନର କର୍ମକର୍ତ୍ତାମାନଙ୍କ ପିଠାମଣ୍ଡା ପ୍ରସ୍ତୁତି ଓ ରଜ ପାନ ଆକର୍ଷଣର କେନ୍ଦ୍ର ପାଲଟିଥିଲା । କାର୍ୟ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ଗୋପାଳ ପ୍ରଧାନ ।

Leave A Reply

Your email address will not be published.

fifteen + seven =