csstore

କାଶୀନଗରର ପୂର୍ବତନ ସ୍କୁଲ ଇନ୍ସପେକ୍ଟର ରାଜ କିଶୋର ପାଢ଼ୀଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡି) : ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳର ପୂର୍ବତନ ସ୍କୁଲ ଇନ୍ସପେକ୍ଟର ରାଜ କିଶୋର ପାଢ଼ୀ କୋରନାରେ ଦେହାନ୍ତ ହୋଇଛନ୍ତି । ସେ ଗୁମ୍ମା ବ୍ଲକର ବିଆର୍‌ସିସି ଭାବେ ସେ କାର୍ଯ୍ୟ କରି ଶେଷ ସମୟ ରେ ତାନିପେଣ୍ଠା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ଗତକାଲି ତାଙ୍କ ପାରଳାଖେମୁଣ୍ଡିସ୍ଥ ନିଜ ବାସ ଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାଯାଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ କାଶୀନଗର ବ୍ଲକ୍ ଶିକ୍ଷା ଅଧିକାରୀ ଡ଼. ବୃଷ କେତୁ ଦାସ, ଏବିଇଓ ଶ୍ରୀ କରେୟା, ଶ୍ରୀ କିଶୋର, ସୁଶ୍ରୀ ମୀନା ବେହେରା, ଶିକ୍ଷକ ଦେବରାଜ ଜେନା, ନାଗଭୂଷଣ ଶ୍ରୀନିବାସ ରାଓ, ଜଗା ପାତ୍ର, ଅମୂଲ୍ୟ ପାତ୍ର, ବିଜୟ ପଣ୍ଡା ପୂର୍ବତନ ଶିକ୍ଷକ ସୁମନ୍ତ ସିନ୍ତାଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କୋରନାରେ ପୀଡ଼ିତ ଥିଲେ ବୋଲି କୁହାଯାଏ ।

jayashree
Leave A Reply

Your email address will not be published.