pakka

ଲାଲ୍‌କିଲ୍ଲା ପେରେଡରେ ଭାଗ ନେବେ ମହନିଲହ ଗାଁର ରିତିକ୍ ରୋସନ ସାହୁ

bbehera

ତୁରେକେଲା, (କୈଳାଶ ସଗ୍ରିଆ) : ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ସ୍ଵାଧିନତାର ୭୫ତମ ପୂର୍ତ୍ତି ଅବସରରେ ଦିଲ୍ଲୀରେ ବାୟୁସେନା ପକ୍ଷରୁ ଏକ ଜାତୀୟସ୍ତରୀୟ ପେରେଡ୍ କାର୍ଯ୍ୟକ୍ରମ ହେବ । ଏହି ପେରେଡରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହୁପାଟି ମହନିଲହ ଗାଁର ରିତିକ ରୋସନ ସାହୁ ଭାଗ ନେବେ ବୋଲି ଜଣାପଡିଛି । ବର୍ତ୍ତମାନ ରିତିକ୍ ରୋସନ ସାହୁ ଦିଲ୍ଲୀରେ ବାୟୁସେନାରେ କାର୍ଯ୍ୟରତ ଅଛନ୍ତି । ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତାର ୭୫ତମ ପୂର୍ତ୍ତି ଅବସରରେ ବାୟୁସେନା ତରଫରୁ ପେରେଡ କାର୍ଯ୍ୟକ୍ରମ ହେବ । ଏଥିପାଇଁ ବାୟୁସେନା ଯବାନଙ୍କୁ ନେଇ ଚୟନ ପ୍ରକ୍ରିୟାରେ ରିତିକ ରୋସନ ସାହୁ ମନୋନୀତ ହୋଇଛନ୍ତି । ଏଥିସହ ଯବାନଙ୍କ ତରଫରୁ ତୋପ୍ ସଲାମି କାର୍ଯ୍ୟକ୍ରମରେ ମଧ୍ୟ ଅପ୍ସଶଗ୍ରହଣ କରିବେ । ଏହି ଖବର ପାଇ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

Leave A Reply

Your email address will not be published.

five × 2 =