pakka

ଭବାନୀପାଟଣାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

bbehera

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଗତକାଲି କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଉପଜିଲ୍ଲାପାଳ, ଭବାନୀପାଟଣା ଡ଼. ବିଶ୍ୱଜିତ୍ ଦାସଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ୍ ୧୨୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୧୦୧ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ୨୧ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଥିଲା । ଶିବିରରେ ଉତ୍କେଲା ଫଟକାମାଲ୍‌ର ଯେମନ୍ତ ଗଉଡଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩୦,୦୦୦ ଟଙ୍କା ଚିକିତ୍ସା ସହାୟତା ବାବଦକୁ ଅନୁମୋଦନ କରାଗଲା ।ସେଭଳି ଗୋଲାମୁଣ୍ଡାର ଅନୁଛାୟା କେତକିଙ୍କୁ ଓ ଜୁନାଗଡ ବାଲିଛଡା ଗ୍ରାମର ମନୋବୋଧ ନାୟକଙ୍କୁ ଚିକିତ୍ସା ସହାୟତା ବାବଦକୁ ପ୍ରତ୍ୟେକ ୧୦,୦୦୦ ଟଙ୍କା ଅନୁମୋଦନ କରାଗଲା ।

Leave A Reply

Your email address will not be published.

10 + 3 =