pakka

ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନୁପମ ଭାରତ ଖବରକାଗଜର ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ପ୍ରତିନିଧି ତଥା ବିଶିଷ୍ଟ ଶିକ୍ଷାବିତ୍‌ କୃପାସିନ୍ଧୁ ପଣ୍ଡା (୭୨)ଙ୍କ ସୋମବାର ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଶାଳୀ, ପୁଅ, ବୋହୂ ଉପସ୍ଥିତ ଥିଲେ । ତାହାଙ୍କ ବିୟୋଗ ଖବର ଶୁଣି ଛତ୍ରପୁର ସ୍ଥିତ ତାଙ୍କ ବାସଭବନରେ ବହୁବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ, ଓକିଲ, ଶିକ୍ଷକ ପ୍ରମୁଖ ବହୁ ଲୋକଙ୍କ ସମାଗମ ହୋଇ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଏକ ଶୋକସଭା ଆଗତ କରିଥିଲେ । ସ୍ୱର୍ଗତ ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସଂଯୋଜକ ପ୍ରମୋଦ କୁମାର ବେହେରା, ବହୁ ସାମ୍ବାଦିକ, ରାଜନେତା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ ଡ଼ଃ.ରାଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଆଗତ ହୋଇ ସ୍ୱର୍ଗତ ଆତ୍ମାଙ୍କ ସ୍ମୃତିଚାରଣ କରାଯାଇଥିଲା ।

Leave A Reply

Your email address will not be published.

one × one =