pakka

ଜମି କିଣାବିକାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

bbehera
  • ୧୪୪(୨) ଧାରା ଲାଗୁ, ଉଭୟେ ଗୋଷ୍ଠୀ ଥାନାର ଦ୍ୱାରସ୍ତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ ତୁରେକେଲା ଥାନା ଅଧିନସ୍ଥ ରାମୋଡ ଗାଁର ଜମି କିଣାବିକାକୁ ନେଇ ଗତ ୪/୫ ବର୍ଷ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ଚାଷବାସ ସମୟ ଆସିଲେ ଗଣ୍ଡଗୋଳ ଲାଗି ରହୁଥିବାରୁ ଉଭୟ ଗୋଷ୍ଠୀକୁ ୧୪୪(୨) ଧାରା ଲାଗିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ମଂଜରି ସାହୁ ସ୍ୱାମୀ ହାଲୁ ସାହୁ ରାମୋଡ ଥାନା ତୁରେକେଲା କଣ୍ଟାବାଞ୍ଜି ତହସିଲରେ ୧୪୪(୨) ପାଇଁ ଆବେଦନ ପରେ କ୍ରିମିନାଲ କେସ ନଂ. ୧୯୯/୨୦୨୨ ତା.୨୭/୬/୨୦୨୨ ପ୍ରତିପକ୍ଷ ମିରା ସାହୁ ଓ ଅନ୍ୟ ଚାରିଜଣ ଯଥା- ରଂଜନ ସାହୁ, ପୂର୍ଣ୍ଣ ସାହୁ, ଗଦାଧର ତାଣ୍ଡିଙ୍କ ନାମରେ ତହସିଲଦାର କଣ୍ଟାବାଞ୍ଜି ଜମିକୁ ନ ଯିବା ପାଇଁ ତାଗିଦ କରିଛନ୍ତି । ଜମି ବିବାଦକୁ ନେଇ କଣ୍ଟାବାଞ୍ଜି ତହସିଲଦାର ଗତ ୨୭/୬/୨୦୨୨ରେ ୧୪୪(୨) ଧାରା ଲାଗୁ କରିଥିବା ବେଳେ ତୁରେକେଲା ଥାନା ଉଭୟଙ୍କୁ ୧୦୭ ଲାଗୁ କରିଥିବା ଜଣାପଡିଛି ।

Leave A Reply

Your email address will not be published.

one × 5 =