pakka

୧୮୯ ବାଟାଲିୟନ ସିଆରପିଏଫ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆରପିଏଫ କମାଣ୍ଡେଣ୍ଟ ପୱନ କୁମାର ତିୱାରୀଙ୍କ ମାର୍ଗଦର୍ଶନ ଅନୁସାରେ ସହକମାଣ୍ଡେଣ୍ଟ ସୁରେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରପିଏଫ ପକ୍ଷରୁ ଆରମ୍ଭ ହୋଇଥିବା ବୃକ୍ଷ ରୋପଣ ଅଭିଯାନ ଅନ୍ତର୍ଗତ ସିଆରପିଏଫ କ୍ୟାମ୍ପ ଏବଂ ଜଗଦଳପୁରର ଅନେକ ସ୍ଥାନରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅଭିଯାନ ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ବୃକ୍ଷ ରୋପଣର ମହତ୍ୱ ଓ ତାର ଉପକାରିତା ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ଜଗଦଳପୁର ଗ୍ରାମର ସରପଞ୍ଚ ଗୋବର୍ଦ୍ଧନ ନାଏକ, ଜଗଦଳପୁର ଥାନା ଆଇଆଇସି ସୁଷମା କୁଅଁର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରଭାରୀ ଗାୟତ୍ରୀ ନନ୍ଦ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × two =