pakka

ପ୍ରଫୁଲ୍ଲ ଚନ୍ଦ୍ର ହୋତାଙ୍କ ‘ଗୀତା ଜ୍ଞାନ’ ପୁସ୍ତକ ଉନ୍ମୋଚିତ

bbehera

ନୂଆପଡ଼ା, (କେପିଏନ୍‌ଏସ୍‌) : ବୁଦ୍ଧିକୋମନା ସ୍ଥିତ ନରସିଂହ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଗତ ୨୩ ତାରିଖ ଦିନ ପ୍ରଫୁଲ୍ଲ ଚନ୍ଦ୍ର ହୋତାଙ୍କ ୧୯ତମ ପୁସ୍ତକ ‘ଗୀତା ଜ୍ଞାନ’ ଉନ୍ମୋଚନ ହୋଇଯାଇଛି । ଉକ୍ତ ସଭାରେ ପରିଷଦର ସଭାପତି ବିଭୂତି ଭୂଷଣ ହୋତା, ସଂଯୋଜକ ମଧୁସୂଦନ ଦାଶ, ସହ ସଂପାଦକ ପୁରୁଷୋତ୍ତମ ପଣ୍ଡା, ଉପସ୍ଥାପିକା ଶ୍ରୀମତୀ ଦୀପାଞ୍ଜଳି ପଣ୍ଡା, ପ୍ରକାଶିକା ଦ୍ୱୟ ଶ୍ରୀମତୀ ସବିତା ହୋତା ଓ ଶ୍ରୀମତୀ ଯୋଗମୁଦ୍ରା ହୋତା, ପରିଷଦର ସଭାପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ ଏବଂ ପ୍ରଫୁଲ୍ଲ ଚନ୍ଦ୍ର ହୋତା ତାଙ୍କ ଶିକ୍ଷକତାରୁ ଅବସର ଗ୍ରହଣ ପରେ କିପରି ଭଗବତ୍‌ କୃପାରୁ ପୁସ୍ତକ ସମୂହ ସେ ବିଷୟରେ ଶ୍ରୋତାମାନଙ୍କୁ ଭାବପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ତାଙ୍କ ପରିବାରର ସମସ୍ତ ଦିବଙ୍ଗତ ସମସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ।

ଉକ୍ତ ଦିନ ତାଙ୍କ ପରିବାରର ସମସ୍ତ ପୁଅ, ବୋହୂ, ଝିଅ, ଜ୍ୱାଇଁ, ନାତିନାତୁଣୀ, ଅଣନାତି, ଅଣନାତୁଣୀ ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସମୟରେ ସ୍ମୃତି ପାଇଁ ତାଙ୍କ ପରିବାରର ତାଙ୍କ ପିତାମହୀଙ୍କ ଠାରୁ ଆରମ୍ଭ କରି ତାଙ୍କର ଅଣନାତି, ନାତୁଣୀଙ୍କ ସମେତ(୭୭ ଜଣ) ସମସ୍ତଙ୍କୁ ନେଇ ଏକ ବଡ଼ ଫଟୋଚିତ୍ର ପ୍ରଦର୍ଶନ କରାଯାଇଥିଲା । ତେବେ ସାରସ୍ୱତ ସାଧକ ମଧୁସୂଦନ ଦାଶଙ୍କ ଦ୍ୱାରା ପରିଚାଳିତ ଏହି ସଭାରେ ସୁଲେଖକ ପ୍ରଫୁଲ୍ଲ ଚନ୍ଦ୍ର ହୋତାଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ଶ୍ରୀମତୀ ଯୋଗମୁଦ୍ରା ହୋତା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

one × two =