oom

ପୁସ୍ତକ ପଠନ ଏକ ଆନ୍ଦୋଳନ ହେଉ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଶିଶୁଶ୍ରୀ ଭ୍ରାମ୍ୟମାନ ପାଠାଗାର ଓ ଭାରତୀ ଶିଶୁ ସାହିତ୍ୟ ଆନୁକୂଲ୍ୟରେ ସ୍ଥାନୀୟ ରାଣାପ୍ରତାପ ଉଚ୍ଚ ବିଦ୍ୟାଳୟଠାରେ ଡ଼ଃ ରବିନାରାୟଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତୀ ଶିଶୁ ସାହିତ୍ୟ ସଂସଦର ସମ୍ପାଦିକା ଛାତ୍ରୀ ରେଣୁକା ଭୋଇ, ସଭାନେତ୍ରୀ ଛାତ୍ରୀ ଅସ୍ଲେଶା ମହାନନ୍ଦ, ଲେଖାବତୀ ବାରିକ ଉପଦେଷ୍ଟା ଶିକ୍ଷକ ଗୋପବନ୍ଧୁ ପୁରୋହିତ ପ୍ରମୁଖ ମଂଚସୀନ ହୋଇ ପୁସ୍ତକ ପଠନର ଆବଶ୍ୟକତା ଉପରେ ଗଭୀର ଆଲୋକପାତ କରିଥିବା ବେଳେ ବିଶିଷ୍ଟ ଶିଶୁ ସାହିତ୍ୟକ ଭ୍ରାମ୍ୟମାନ ପାଠାଗାରର ଉଦ୍ୟୋକ୍ତା ଡ଼ଃ ରବିନାରାୟଣ ସାହୁ ଉଦ୍ୟେଶ୍ୟ ଜ୍ଞାପନ କରିବା ସହିତ ସମ୍ପ୍ରତି ମୋବାଇଲ ଓ ଇଣ୍ଟରନେଟ ଯୁଗରେ ଛାତ୍ରଛାତ୍ରୀମାନେ ପୁସ୍ତକ ପଠନରୁ ଦୂରେଇ ଯାଉଥିବା ବେଳେ ଭ୍ରାମ୍ୟମାଣ ପାଠାଗାର ପିଲାଙ୍କ ପାଖରେ ପହଂଚି ଥିବାରୁ ପୁସ୍ତକ ପଠନ ଏକ ଅଭ୍ୟାସ ଓ ଆନ୍ଦୋଳନରେ ପରିଣତ ହେଉ ବୋଲି ଉଲ୍ଲେଖ କରିଥିଲେ । ସ୍କୁଲର ଛାତ୍ର ଦେବାନନ୍ଦ ସର୍ଭଙ୍ଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ଅସ୍ଲେଶା ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ୪୫ ମିନିଟ ପର୍ଯ୍ୟନ୍ତ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିଥିବା ବେଳେ ପଠନ ଅନୁଭୂତି ବର୍ଣ୍ଣନା କରିଥିଲେ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଭାବନା ସାହୁ ପ୍ରଭାତିମଣି ସାହୁ ଡାକ୍ତର ଭୋଇ ସୁଧାଂଶୁ ଶେଖର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.