csstore

ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଷଷ୍ଠ ସଂଧ୍ୟା : ଭଲ ବହି ଭଲ ମଣିଷ ତିଆରି କରିବାର କ୍ଷମତା ବହନ କରିଥାଏ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଷଷ୍ଠ ସଂଧ୍ୟାରେ ମଂଚାସୀନ ଅତିଥିମାନେ ଭଲ ବହି ଭଲ ମଣିଷ ତିଆରି କରିବାର କ୍ଷମତା ବହନ କରିଥାଏ ବୋଲି ମତବ୍ୟକ୍ତ କରିଛନ୍ତି । ଆଜିର ମଂଚରେ ବରେଣ୍ୟ ଅତିଥି ଭାବେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍‌ର ଡିନ୍‌ ତଥା ଅଧ୍ୟକ୍ଷା ଡାଃ. ସବିତା ମହାପାତ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକା ଶ୍ରୀମତୀ ଗାୟତ୍ରୀ ସରାଫ, ରସରାଜ ଅଚ୍ୟୁତ ପୁରୋହିତ ଏବଂ ବ୍ୟଙ୍ଗକବି ଟିକେଲାଲ ବେହେରା ମଂଚ ମଣ୍ଡନ କରିଥିବା ବେଳେ ସଭା ପରିଚାଳନା କରିଥିଲେ ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁ । ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସଂର୍କ ବିଭାଗର ଉପ-ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ମଂଚରେ ବୟୋଜ୍ୟେଷ୍ଠ କବି ଶଶୀଭୂଷଣ ମିଶ୍ରଙ୍କ ଏକ ପୁସ୍ତକ ଉନ୍ମୋଚିତ ହୋଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବ୍ୟଙ୍ଗକବି ଅର୍ଜୁନ ସାହୁ । ସଭା ସମାପ୍ତ ହେବା ପରେ ପରେ ଆରମ୍ଭ ହୋଇଥିଲା ବ୍ୟଙ୍ଗ କବି ସମ୍ମିଳନୀ । ଏଥିରେ ବରଗଡ଼ର ବ୍ୟଙ୍ଗକବି ମନୋରଜଂନ ସାହୁ (ମନ ମାଷ୍ଟ୍ରେ), ମଧୁସୂଦନ ନାୟକ, ସୋନାଲି ପାଢ଼ୀ, ଅର୍ଜୁନ ସାହୁ, ଅନୁପ୍ରିୟା ମିଶ୍ର, ସ୍ୱପ୍ନେଶ୍ୱର ମିଶ୍ର, ରାମ ପ୍ରସାଦ ବାଗ ପ୍ରମୁଖ ଯୋଗଦାନ କରି ସ୍ୱରଚିତ ବ୍ୟଙ୍ଗ କବିତା ପାଠ କରିଥିଲେ । ବ୍ୟଙ୍ଗକବିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଂଜନ ମିଶ୍ର ।

jayashree
Leave A Reply

Your email address will not be published.