csstore

ବରପାଲିପଡାରେ ଯୁବକଙ୍କୁ ଛୁରୀ ଭୁସିବା ଘଟଣାରେ ଜେଲ୍‌ ଗଲା ଅଭିଯୁକ୍ତ ସଦାନନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଅର୍ନ୍ତଗତ ବରପାଲିପଡା ଠାରେ ଗତ ୨୫ ତାରିଖ ଦିନ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ମାନେ ଛୁରୀ ଭୁସି ଘଟଣାସ୍ଥଳରୁ ଫେରାର୍‌ ମାରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଯୁବକ ଜଣକ ପ୍ରଥମେ ବଲାଙ୍ଗିର ଭୀମ ଭୋଇ ମେଡିକାଲ ଓ ପରେ ବୁର୍ଲାକୁ ସ୍ଥନାନ୍ତରିତ ହୋଇ ବର୍ତ୍ତମାନ ମଧ୍ୟ ଚିକିତ୍ସାଧୀନ ଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ରାମେଶ୍ୱର ନଗରର ଅଙ୍କିତ ସାହୁ । ଅନ୍ୟପଟେ ଏହାକୁ ନେଇ ବଲାଙ୍ଗିର ଟାଉନ ପୁଲିସ ଖବର ପାଇବା ପରେ ଏକ ମାମଲା ରୁଜୁ କରି ବରପାଲିପଡାର ଅଭିଯୁକ୍ତ ସଦାନନ୍ଦ ସ୍ୱାଇଁକୁ ଗିରଫ କରିବା ସହ ଜେଲ୍‌ ହାଜତକୁ ପଠାଇ ଦେଇଥିବା ନେଇ ଆଜି ଟାଉନଥାନା ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.