pakka

ପୂର୍ବତନ ସୈନିକମାନଙ୍କ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ : ଭେଟେରେନ୍‌ ଆର୍ମି ପ୍ରତାପ ରଥ ରାଜ୍ୟ ଉପସଭାପତି ଭାବେ ମନୋନୀତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଘାଟିକିଆ ଦୁର୍ଗା ମଣ୍ଡପ ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ସଭାପତି ଭେଟେରେନ୍‌ ମହେଶ୍ୱର ବେହେରା ତଥା ଭେଟେରେନ୍‌ ଉମେଶ କୁମାର ଚଇନିଙ୍କ ସଂଯୋଜନାରେ ପୂର୍ବତନ ସୈନିକ, ସହିଦ ପରିବାର ତଥା ବର୍ତ୍ତମାନ ସେବା ନିବୃତ୍ତ ହୋଇ ଆସୁଥିବା ପୂର୍ବତନ ସୈନିକ ମାନଙ୍କ ପାଇଁ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ସହାୟତାରୁ ସମସ୍ତେ ବଂଚିତ ହୋଇଆସୁଛନ୍ତି । ରାଜ୍ୟ ସୈନିକ ବୋର୍ଡ କିମ୍ବା ଜିଲ୍ଲା ସୈନିକ ବୋର୍ଡ ମାନଙ୍କରେ କର୍ମଚାରୀ ଅଭାବ ଯୋଗୁଁ ସମସ୍ତେ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ଯୋଗ୍ୟ ପୂର୍ବତନ ସୈନିକ ମାନଙ୍କୁ ତଥା ସହିଦ ପରିବାରକୁ ଠିକ ଭାବରେ ସରକାରୀ ସହାୟତା ମିଳିପାରିନାହିଁ । ପୂର୍ବତନ ସୈନିକମାନଙ୍କ ପିଲା ମାନଙ୍କ ପାଇଁ ଇଂଜିନିୟରିଂ କଲେଜ, ମେଡିକାଲ କଲେଜ, ସରକାରୀ କଲେଜମାନଙ୍କରେ ସଂରକ୍ଷଣ ଥିଲେ ମଧ୍ୟ ତାହା ସମୁଦ୍ରକୁ ଶଂଖେ ସଦୃଶ । ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପୂର୍ବତନ ସୈନିକ କ୍ଷୋଭ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଏକ ବଡ ଧରଣର ସଂଗ୍ରାମ କରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ଏବଂ ମିଳିତ ଭାବରେ ସବୁ ଜିଲ୍ଲା ଏକତ୍ରୀତ ହୋଇ କାମ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସେଣ୍ଟ୍ରାଲ ଜୋନ ପାଇଁ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ପତିତ ପାବନ ସେନାପତି(କଟକ), ରାଇ ଚରଣ ମହାନ୍ତି (କଟକ), ମନୋଜ କୁମାର ଦାଶ(କଟକ), ଇଶ୍ୱର ମଣ୍ଟୁ (ଖୋର୍ଦ୍ଧା), ପଂଚାନନ ସୁବୁଦ୍ଧି (ଖୋର୍ଦ୍ଧା) ଏବଂ ଉତ୍ତମ ଚରଣ ପାଲ (ଜଗତସିଂପୁର), ଦକ୍ଷିଣ ଓଡିଶା ଜୋନ୍‌ ପାଇଁ ରବି ରତନ ନାଏକ (ସୁନ୍ଦରଗଡ), ଶିବ ନାରାୟଣ ବେହେରା (ସମ୍ବଲପୁର), ଜୟକୃଷ୍ଣ ପଟେଲ (ସମ୍ବଲପୁର), ଲଳିତ ମୋହନ ସାହୁ(ବୌଦ୍ଧ), ବିଭୂତି ଭୂଷଣ ପାଣିଗ୍ରାହୀ (ବଲାଙ୍ଗିର), ସର୍ବେରାମ ପଟେଲ, (ବଲାଙ୍ଗିର), କୃଷ୍ଣ ଚନ୍ଦ୍ର ପରମ ଗୁରୁ (ବଲାଙ୍ଗିର), ଉତ୍ତର ଓଡିଶା ଜୋନ ପାଇଁ ସଂଜୟ ପତି (ଯାଜପୁର), ଅଜୟ କୁମାର ଦାଶ (ଯାଜପୁର), ଧିରେନ୍ଦ୍ର ପଣ୍ଡା (ବାଲେଶ୍ୱର), ସୁବାଷ ଲେଙ୍କା (ଭଦ୍ରକ), ଦକ୍ଷିଣ ଓଡିଶା ପାଇଁ ପଦ୍ମନ ଦୋରା (ଖୋର୍ଦ୍ଧା), ପ୍ରଫୁଲ୍ଲ ସାହୁ (ଖୋର୍ଦ୍ଧା), ବିକେ ପଣ୍ଡା, (ଗଂଜାମ) କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ସେହିଭଳି ଭାବରେ ରାଜ୍ୟ ସ୍ତରୀୟ ନେତୃତ୍ୱ ପାଇଁ ପେଟ୍ରନ ସଦସ୍ୟ ଭାବେ ଦିଲ୍ଲୀପ କୁମାର ମହାପାତ୍ର(କଟକ), ସଭାପତି ଭାବରେ ମହେଶ୍ୱର ବେହେରା (ବାଲେଶ୍ୱର), ଉପସାଭପତି ଭାବେ ପ୍ରତାପ ଚନ୍ଦ୍ର ରଥ(ବଲାଙ୍ଗିର), ସମ୍ପାଦକ ଭାବରେ ଉମେଶ କୁମାର ଚଇନି(ଭୁବନେଶ୍ୱର), ସହ ସମ୍ପାଦକ ସୁଶାନ୍ତ ମହାନ୍ତି (ଭୁବନେଶ୍ୱର) ଏବଂ କୋଷାଧ୍ୟକ୍ଷ ଭାବରେ ରାଜ କିଶୋର ସ୍ୱାଇଁ (ଭୁବନେଶ୍ୱର)କୁ ସର୍ବ ସମ୍ମତି କ୍ରମେ ମମୋନୀତ କରାଯାଇଥିଲା । ପ୍ରସ୍ତାବ ମୁତାବକ ରାଜ୍ୟ ସ୍ତରୀୟ ବ୍ୟାନେରରେ କାର୍ଯ୍ୟ କରିବା ପାଇଁ ସଂଘର ନାମକରଣ ଅଲ୍‌ ଓଡିଶା ଭେଟରେନ୍‌ ସୈନିକ ସଂଗଠନ ଭାବରେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଆଗାମୀ ୬ମାସ ଭିତରେ ଓଡିଶାର ସମଗ୍ର ୩୦ଟି ଜିଲ୍ଲାକୁ ଏକତ୍ରୀତ କରି କାର୍ଯ୍ୟପନ୍ଥା ସ୍ତିର କରିବା ପାଇଁ ବୈଠକରେ ନିଆଯାଇଥିଲା । ଶେଷରେ ବଲାଙ୍ଗିର ଜିଲ୍ଲାର ପୂର୍ବତନ ସୈନିକ ସଂଘର ସମ୍ପାଦକ ତଥା ରାଜ୍ୟ ସ୍ତରୀୟ ବୈଠକରେ ନୂତନ ଉପସଭାପତି ଭାବରେ ମନୋନୀତ ହୋଇଥିବା ପ୍ରତାପ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିବା ସହ ସଭାକୁ ସାଙ୍ଗ କରିଥିଲେ ।

jay balangir
Leave A Reply

Your email address will not be published.

3 × four =

error: Content is protected !!