ନୃସିଂହନାଥ ବନବିଭାଗ ଠାରେ ପୂର୍ବରୁ ଥିବା ଔଷଧ ଉଦ୍ୟାନ ବିଲୁପ୍ତ ହୋଇ ଯାଇଥିବାରୁ ପୁନଃ ଉ‌ଦ୍ଧାର ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବନବିଭାଗ ନିକଟସ୍ଥ ବନଷ୍ପତି ବନ ସୋସାଇଟି ପରିସରରେ ଭେସଜ ସମିତି ନୃସିଂହନାଥ ର ସଭାପତି ଡା.ମାନଭଞ୍ଜନ ପଣ୍ତାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିବେଷ ସୁରକ୍ଷା ମଞ୍ଚ ବରଗଡର ସଭାପତି ମାନଭଞ୍ଜନ ପ୍ରଧାନ, ସମ୍ପାଦକ ମିନକେତନ ସାହୁ, ଉପସଭାପତି ବଡ ସତପଥି, ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଅଧ୍ୟକ୍ଷ ଲଲିଟେନ୍ଦୁ ନାୟକ, ପ୍ରକୃତି ବନ୍ଧୁ ଭୁବନେ‌ଶ୍ୱର ପ୍ରଧାନ ଓ ବିଭୁତି ମୁଣ୍ତ ପ୍ରମୁଖ ଯୋଗଦେଇ ନୃସିଂହନାଥ ବନବିଭାଗ ଠାରେ ପୂର୍ବରୁ ଥିବା ଔଷଧ ଉଦ୍ୟାନ ବିଲୁପ୍ତ ହୋଇ ଯାଇଥିବାରୁ ପୁନଃ ଉ‌ଦ୍ଧାର କରାଯିବା ପାଇଁ ଆଲୋଚନା କରିଥିଲେ । ଏହି ଉଦ୍ୟାନ ଉପରେ ନୃସିଂହନାଥ ଆର୍ୟୁବେଦ ମହାବିଦ୍ୟାଳୟ, ଆର୍ୟୁବେଦ ମହାବିଦ୍ୟାଳୟ ରାୟପୁର (ଛତିଶଗଡ଼ ) ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜୀବ ବିଜ୍ଞାନ ବିଭାଗ, ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ, ବଲାଙ୍ଗିର ଆର୍ୟୁବେଦ ମହାବିଦ୍ୟାଳୟ, ତଥା ବନ ବିଭାଗର ଟ୍ରେନିଙ୍ଗ୍ ସ୍କୁଲ, ତଥା ଅଞ୍ଚଳର ବୈଦ୍ୟ ଓ ଜନସାଧାରଣ ଔଷଧିୟ ବୃକ୍ଷଲତା ଉପରେ ଜାଣିବା ନିର୍ଭର କରୁଥିଲେ । କେନ୍ଦ୍ର ସରକାରଙ୍କ ‌ସ୍ୱା‌ସ୍ଥ୍ୟ ଓ ପରିବାର କଲ୍ୟଣ ବିଭାଗ ଅନୁଦାନରେ ଏଠାରେ ଏହି ଭେସଜ ଉଦ୍ୟାନ ୨୦୦୪ ମସିହାରୁ ଆରମ୍ଭ କରାଯାଇଥିଲା । ଏଥିରେ ପ୍ରାୟ ୨୨୦ ପ୍ରକାରର ଔଷଧିୟ ବୃକ୍ଷ ଲଗାଯାଇଥିଲା । ବନ ବିଭାଗର ରକ୍ଷଣା ବେକ୍ଷଣ ଅଭାବରୁ ଉଦ୍ୟାନ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ନୃସିଂହନାଥ ଆସୁଥିବା ତୀର୍ଥ ଯାତ୍ରୀମାନେ ଏହାକୁ ପରିଦର୍ଶନ କରିବା ସହ ଔଷଧୀୟ ବୃକ୍ଷ ନେଉଥିଲେ । ଏହାର ପୁନଃ ଉ‌ଦ୍ଧାର ପାଇଁ ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିବା ସହ ଭେସଜ ସମିତିର ଏକ ପ୍ରତିନିଧି ମଣ୍ତଳି ମାଧ୍ୟମରେ ବନ ବିଭାଗ, ତଥା ଅନ୍ୟାନ ଉଚ୍ଚ କତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ମିନ କେତନ ସାହୁ ଧନ୍ୟବାଦ ଦେଇଥିଲେ। ଉପସ୍ଥିତ ସମସ୍ତ ସଭ୍ୟମାନେ ବିଲୁପ୍ତ ହୋଇଯାଇଥିବା ଭେସଜ ଉଦ୍ୟାନକୁ ବୁଲି ଦେଖିଥିଲେ ।

jittmm
Leave A Reply

Your email address will not be published.