pakka

ସାନଖେମୁଣ୍ଡି ପମ୍ପ ହାଉସ୍ ନିକଟରେ ଅସ୍ଥାୟୀ ମଦ ଗୋଦାମକୁ ଜନତାଙ୍କ ବିରୋଧ : ଗ୍ରାମବାସୀ ରାତି ତମାମ ଘେରି ବସିଛନ୍ତି

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ୬୨ ନଂ. ଜୋନ୍ କଲରାପଦର ପଞ୍ଚାୟତର ମାଟିଆବରାଇ ଗ୍ରାମର ପମ୍ପ ହାଉସ୍‌ରେ ବିପୁଳ ପରିମାଣର ମଦ ରଖାଯାଇଛି । ଗ୍ରାମବାସୀ ବାରମ୍ବାର ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରିବା ସତ୍ୱ କେହି ଶୁଣୁନାହାନ୍ତି । ବର୍ତ୍ତମାନ ମଧ୍ୟ ଗ୍ରାମର ମହିଳା ମାନେ ବସୁନ୍ଧରା ଯୋଜନାରେ ତିଆରି ହୋଇଥିବା ପମ୍ପ ହାଉସ୍ ନିକଟରେ ମଦକୁ ବିରୋଧ କରି ବସିଛନ୍ତି । ଗ୍ରାମବାସୀଙ୍କ ସହ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀମତୀ ବବିତା ପାତ୍ର, ୬୨ ନଂ. ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ କେ. ସୁମିତ୍ରା ରେଡ୍ଡୀ, ବିଜେପି ମଣ୍ଡଳ ସଭାପତି ଗୌତମ କୁମାର ରଣା, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଚିନ୍ମୟ ରେଡ୍ଡୀଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାପ୍ରଶାସନଙ୍କୁ ଧ୍ୟାନଦେଇ ଖୁବଶୀଘ୍ର ଏହାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗ୍ରାମବାସୀ ଦାବୀ କରିଛନ୍ତି । ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ବେଳେ ବିଜେପି ନେତ୍ରୀ ଶ୍ରୀମତୀ ବବିତା ପାତ୍ରଙ୍କ ନେତୃତ୍ୱରେ କର୍ମୀମାନଙ୍କ ସହ ଧାରଣାରେ ବସିବା ପରେ ପୋଲିସ ଆଇ.ଆଇ.ସି. ଏବଂ ବିଡ଼ିଓ ଘଟଣା ସ୍ଥଳକୁ ରାତି ୧୦ ଘଣ୍ଟା ସମୟରେ ପହଞ୍ଚି ୧୫ ବସ୍ତା ମଦ ଜବତ କରିଛନ୍ତି । ଏ କ୍ଷେତ୍ରରେ ପୋଲିସ କାହାରିକୁ ଏଯାବତ ଗିରିଫ କରିନଥିବା ଏକ କ୍ଷୋଭ ଓ ନିନ୍ଦନୀୟ ବିଷୟ ବୋଲି ଗ୍ରାମବାସୀ ଉଦ୍‌ବେଗର ସହ କହିଛନ୍ତି ।

jay balangir
Leave A Reply

Your email address will not be published.

5 × two =

error: Content is protected !!