pakka

ରମ୍ଭାରେ ଶ୍ରୀ ବାସବୀ କନ୍ୟକା ପରମେଶ୍ୱରୀ ନୂତନ ମନ୍ଦିର ନିର୍ମାଣର୍ଥେ ଭୂମି ଓ ଶଙ୍ଖମ ଶିଳା ପୂଜା ଉତ୍ସବ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ମେଡିକାଲ ଛକ ସମ୍ମୁଖରେ ଶ୍ରୀ ଶ୍ରୀ ମା’ ବାସବୀ କନ୍ୟକା ପରମେଶ୍ୱରୀଙ୍କ ନୂତନ ମନ୍ଦିର ନିର୍ମାଣ ଉପଲକ୍ଷେ ଭୂମି ପୂଜା ଓ କ୍ରିଷ୍ଣା ଶୀଳା ଶଙ୍ଖମ ପ୍ରତିଷ୍ଠା ଓ ସ୍ଥାପନ ଉତ୍ସବ ହିନ୍ଦୁ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନଅ ଜଣ ଦମ୍ପତି କଙ୍କଣ ଧାରଣ କରି କର୍ତ୍ତା ରୂପେ ଏକ ସୁସଜ୍ଜିତ ରକମର ବସ୍ତ୍ର ଧାରଣ କରି ଅଦ୍ଧିଷ୍ଟିତ ହୋଇଥିଲେ । ତତ୍‌ ସଙ୍ଗେ ସଙ୍ଗେ ଖଲିକୋଟ ଅଞ୍ଚଳ କଳିଙ୍ଗ ବୈଶ୍ୟ ସଙ୍ଘର ସଭାପତି ତାଲାସୁ କେଦାର ନାଥ ସୁବୁଦ୍ଧି ଓ ଶ୍ରୀମତୀ ରୀନା ସୁବୁଦ୍ଧି, ସମ୍ପାଦକ ତାଲାସୁ ନଗିନ କୁମାର ସେନାପତି ଓ ସବିତା ସେନାପତି, ସଭ୍ୟ କେ. ରାମରାଓ, ଏମ୍‌ ନରସିଂହ ସୁବୁଦ୍ଧି, ଟି ଗୋପାଳ କୃଷ୍ଣ ସେନାପତି, କେ. ସୁଶାନ୍ତ କୁମାର ପାତ୍ର, ଟି ରାଜେନ୍ଦ୍ର କୁମାର ସେନାପତି, ପି ଅଶୋକ କୁମାର ପୃଷ୍ଟି, କେ ଦିଲ୍ଲୀପ କୁମାର ପାତ୍ର, ଶେଷରେ ପି. ରାଜେନ୍ଦ୍ର ପୃଷ୍ଟି ପ୍ରମୁଖ ମୁଖ୍ୟଂଶରେ ରହିଥିଲେ । ପୂଜା, ହୋମ, ଶ୍ଳୋକ କାର୍ଯ୍ୟକ୍ରମରେ ଭୁ ପ୍ରାର୍ଥନା, ଅଖଣ୍ଡ ଦୀପଦାନ, ବିଘ୍ନେଶ୍ୱର ପୂଜା ଆଦିତ୍ୟାଦି ନବଗ୍ରହ ଅଷ୍ଟଦିଗ ପାଳକ, ପଞ୍ଚଲୋକ ପାଳକ, ବାସ୍ତୁ, ଯୋଗିନୀ, ସର୍ବ ଦେବତା ମଣ୍ଡପ ଆହ୍ୱାନ, ଯନ୍ତ୍ର ନବରତ୍ନ ପଥର ସ୍ଥାପନ ବାସ୍ତୁ ଶାନ୍ତି ହୋମ, ମନ୍ତ୍ର ପୁଷ୍ପମ ଓ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ଏଥିସହ କ୍ରିଷ୍ଣା ଶୀଳା ଶଙ୍ଖମ ସ୍ନାନ, ନଅ ଜଣ କର୍ତ୍ତା ଓ ସେମାନଙ୍କ ଶସ୍ତ୍ରୀଙ୍କ ସହ ପଞ୍ଚାମୃତ, ପଞ୍ଚଧାତୁ, ନବରତ୍ନ ପଥର ଧାରଣ ସହ ଶଙ୍ଖ ହୁଳହୁଳି ମାଧ୍ୟମରେ କାର୍ଯ୍ୟ ସମାପନ ହୋଇଥିଲା । ପୂର୍ଵ ପ୍ରସ୍ତୁତି କ୍ରମେ ନ ଫୁଟ ଗଭୀର ଏକ ପୂର୍ଣ୍ଣ କୁଣ୍ଡରେ ଉକ୍ତ କ୍ରିଷ୍ଣା ଶୀଳା ଶଙ୍ଖମକୁ ପ୍ରତିଷ୍ଠା କରାଯାଇଥିଲା । ଭୂମି ପୂଜା ପ୍ରତିଷ୍ଠା ଓ ସ୍ଥାପନର ଆଦ୍ୟ ଠାରୁ ଅନ୍ତ ପର୍ଯ୍ୟନ୍ତ ସ୍ଥାନୀୟ ଅସ୍ଥାୟୀ ମନ୍ଦିର ପୂଜକ ଭଗବାନ ସାହୁଙ୍କ ସହିତ ସୁଦୂର ଆନ୍ଧ୍ର ପ୍ରଦେଶର ଅର୍ଜଙ୍ଗି ଜଗଦେଶ୍ୱର ତିରୁପତି ଦେବ ସ୍ନାନ ବାସ୍ତୁ ପଣ୍ଡିତ, ଶ୍ରୀ ମୟୂଦୁର ରାମ ପ୍ରସାଦ ଶର୍ମା ଓ ମୟୂଦୁର ଗଣେଶ ଶର୍ମା ଉଭୟେ ପୂଜାରୀ, ଇଞ୍ଜିନିଅର ବେଲଲା ରାବଣା ସାମିଲ ରହିଥିଲେ । ସମୂହ କାର୍ଯ୍ୟକ୍ରମକୁ ସକ୍ରିୟ ଭାବେ ଟି ଦିଲ୍ଲୀପ କୁମାର ସେନାପତି, ପ୍ରସାଦ ରାଓ ପୃଷ୍ଟି, କେ ସୁଶାନ୍ତ କୁମାର ସେନାପତି, ଗଣେଶ ସୁବୁଦ୍ଧି, ଶଙ୍କର ନାରାୟଣ ସୁବୁଦ୍ଧି, ଏମ ସତ୍ୟ ନାରାୟଣ ପାତ୍ର, କେ ଲଷ୍ମୀ ପ୍ରସାଦ ସେନାପତି, ଏସ ସୁଦର୍ଶନ ପାତ୍ର, ବାସୁଦେବ ରାଓ, ଅର୍ଜୁନ ଚୌଧୁରୀ, ସତ୍ୟ ନାରାୟଣ ଦାସ, ଶ୍ରୀମତୀ ରତ୍ନମାଳା ପାତ୍ର, ଶ୍ରୀମତୀ ସୁମତି ପାତ୍ର, ଶ୍ରୀମତୀ ଶୁଭଶ୍ରୀ ପୃଷ୍ଟି, ଅଞ୍ଚଳର ମହିଳା ଓ ଯୁବକ ସଙ୍ଘ, ଭଦ୍ର ମଣ୍ଡଳୀ ଓ ଅଞ୍ଚଳ କର୍ମକର୍ତ୍ତା ଉପସ୍ଥିତ ରହି ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ରମକୁ ସମାପନ କରି ପ୍ରସାଦ ସେବନ କରିଥିଲେ ।

Leave A Reply

Your email address will not be published.

10 − five =