pakka

ସେବା ଓ ସେବକ ସପ୍ତାହ ପାଳନ ଅବସରରେ ସାରସ୍ୱତ ସମାବେଶ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ସେବାରେ ଆଜି ଅନୁପ୍ରାଣିତ ଅସଂଖ୍ୟ ଓଡିଶାବାସୀ । ତାଙ୍କ ୯୪ତମ ପୁଣ୍ୟତିଥି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ ସେବା ଓ ସେବକ ପାଳନ ଅବସରରେ ‘ସମାଜ’ ପକ୍ଷରୁ ସ୍ଥାନୀୟ ଯାଦବ ଭବନ ପରିସରରେ ଏକ ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରତିନିଧି ବିଭୁକଲ୍ୟାଣ ଗଡତ୍ୟାଙ୍କ ଆହ୍ୱାନ କ୍ରମେ ଏହି ସମାବେଶରେ ବରିଷ୍ଠ ଆଇନ୍‌ଜୀବୀ ରତନ ମହାରଣା ସଭାପତିତ୍ୱ କରିଥିବା ବେଳେ ‘କୋଶଳ ପ୍ରବାହ’ର ସମ୍ପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଓ ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ କପିଳେଶ୍ୱର ଖମାରୀ ଯୋଗଦାନ କରିଥିଲେ । କବି ଅର୍ଜୁନ କୁମାର ସାହୁ ସଭାପରିଚାଳନା କରିଥିଲେ । ସମାବେଶରେ ଅତିଥିଗଣ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ସଭାକାର୍ଯ୍ୟ ଶେଷ ହେବା ପରେ କବିତା ଆସରର ଆୟୋଜନ ହୋଇଥିଲା । କବି ରତ୍ନମୟ ତ୍ରିପାଠୀ ଓ ଶ୍ରୀମତୀ କସ୍ତୁରୀ ରଥ ସଂଯୋଜନାର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଶ୍ରୀମତୀ ତପସ୍ୱିନୀ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ । ୫୦ରୁ ଅଧିକ କବି ଏହି ଆସରରେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ସାରସ୍ୱତ ସମାବେଶ ‘ତହଁକ ସାହିତ୍ୟ କୁଟୁମ୍‌’ର ସହଯୋଗିତାରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

3 + 1 =