pakka

ପୁଇଁନ୍ତଲା ବ୍ଲକ ବିଲେଇସର୍ଡାଠାରେ ଏ ବର୍ଷର ରଥଯାତ୍ରା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବିଲେଇସର୍ଡାରେ ଏ ବର୍ଷର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । କରୋନା ପାଇଁ ଦୁଇ ବର୍ଷ ବନ୍ଦ ଥିବାରୁ ଚଳିତ ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ରଥଯାତ୍ରା ଦେଖିବା ପାଇଁ ଆଖ ପାଖ ଗାଁର ବହୁ ଲୋକଙ୍କର ସମାଗମ ହୋଇଥିଲା । ରଥଯାତ୍ରାର ରୀତିନୀତି ଭିତରେ କରାଯାଇ ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ବିଶ୍ୱାଳ ଛେରାପହରା କାର୍ଯ୍ୟ ସମ୍ପାଦନ କରିଥିଲେ । ଗାଁର ବିଶିଷ୍ଟ ପୁରୋହିତମାନେ ଏବଂ ମନ୍ଦିର କମିଟିର କର୍ମକର୍ତ୍ତାମାନଙ୍କ ପୂର୍ଣ୍ଣ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ଏହା ସଂପନ୍ନ ହୋଇଥିଲା ।

Leave A Reply

Your email address will not be published.

nine + sixteen =