jsm

ପ୍ରଭାତ କ୍ଲବ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପାଣି ବୋତଲ ପ୍ରଦାନ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଭାତ କ୍ଲବ ପକ୍ଷରୁ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଡେଲାଙ୍ଗ ରେଳଷ୍ଟେସନ ପ୍ଲାଟଫର୍ମଠାରେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଯାଉଥିବା ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ, ରେଳଯାତ୍ରୀଙ୍କ ତୃଷା ନିବାରଣ ପାଇଁ ପାନୀୟ ବୋତଲ ଯୋଗାଇ ଦିଆଯାଇଥିଲା । ଏହି ମହାନ କାର୍ଯ୍ୟରେ ଅନୁଷ୍ଠାନର ସମ୍ପାଦକ ପଦ୍ମନାଭ ବରାଳ, ସଭାପତି ପ୍ରଦୀପ୍ତ ସ୍ବାଇଁ, ସହ ସମ୍ପାଦକ ବ୍ରହ୍ମାନନ୍ଦ ପରିଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ସ୍ବାଇଁ, ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ପ୍ରଦୀପ୍ତ ରଞ୍ଜନ ବିଶ୍ବାଳ, ସୁକାନ୍ତ ସାହୁ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ରତ୍ନାକର ଜେନା, ହୃଷିକେଶ ମହାରଣା ପ୍ରମୁଖଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.