csstore

ରିଷିଡା ଓ ତେରେସିଂହାରେ କୁରାଳ ପଞ୍ଚମୀ ପୂଜା ଅନୁଷ୍ଠିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ରିଷିଡା ଓ ତେରେସିଂହା ଗ୍ରାମରେ ପାଳିତ ହେଉଥିବା କୁରାଳ ପଞ୍ଚମୀ ଉତ୍ସବ ଆଜି ଉଦ୍‌ଯାପିତ ହୋଇ ଯାଇଛି । କୁମ୍ଭକାର ସମ୍ପ୍ରଦାୟର ଏହା ମୁଖ୍ୟ ପର୍ବ ହେଉଥିବାରୁ କୁମ୍ଭାକାର ଜାତି ଭାଇଭଉଣୀଙ୍କ ମଧ୍ୟରେ ବେଶ୍ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା । ମାର୍ଗଶୀର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ପୂଜା ପୂର୍ବ ଦିନ କଳସ ଯାତ୍ରାରେ ଯାଇ ନିକଟସ୍ଥ ପୋଖରୀରୁ ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ସୋମବାର ଦିନ ପ୍ରଥମେ କୁମ୍ଭକାର ଜାତିର ପତାକାକୁ ରିଷିଡା ସରପଞ୍ଚ ସେବତୀ ରଣା ଉତ୍ତୋଳନ କରିଥିଲେ । ପରେ କୁମ୍ଭକାର ସମାଜର ଇଷ୍ଟ ଦେବାଦେବୀ ପିତା ରୁଦ୍ରପାଳ, ମାତା ରତ୍ନେଶ୍ୱରୀ, ସୁରେଶନ ଚକ୍ର ପୂଜାର୍ଚ୍ଚନା ସହ କୁରାଳ ପୁରାଣ ପଠନ ହୋଇଥିଲା । ଶତୃଘ୍ନ ରଣା ସସ୍ତ୍ରିକ କର୍ତ୍ତା ଭାବେ ରହିଥିବା ବେଳେ ରିଷିଡା ଗ୍ରାମ୍ୟ କୁରାଳ ସମାଜର ସଭାପତି ଦିଲୀପ କୁମାର ରଣା ଓ ସମ୍ପାଦକ ଜଗମୋହନ ରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ସୀତାରାମ ରଣା, ସହସମ୍ପାଦକ ପୀତବାସ ରଣା, ରୋହିତ ରଣା, ନାରାୟଣ ରଣା, ବିଦେଶୀ ରଣା, ଦିଲୀପ ରଣା, ଦୁର୍ମତ ରଣା, ଓମ୍‌ ରଣା ପ୍ରମୁଖ ସହଯୋଗ କରିଥିଲେ । ସନ୍ଧ୍ୟାରେ କିଚକ ବଧ ନାଟକ ପରିବେଷଣ କରାଯାଇଥିଲା । ସେହିପରି ତେରେସିଙ୍ଗାରେ ଅନୁଷ୍ଠିତ ପୂଜାରେ ସମ୍ବାରୁ ରଣା ଓ ତାଙ୍କ ଧର୍ମପତ୍ନୀ ରଞ୍ଜିତା ରଣା କର୍ତ୍ତା ଦାୟିତ୍ଵ ତୁଲାଇଥିଲେ । କୁରାଳ ସମାଜର ସମ୍ପାଦକ ମୁରଲୀଧର ରଣାଙ୍କ ନେତୃତ୍ୱରେ ଉପସଭାପତି ଭୁବନେ ରଣା, ତ୍ରିନାଥ ରଣା, ମକରନ୍ଦ ରଣା, ଗୌରାଙ୍ଗ ରଣା, ଚତୃଭୂଜ ରଣା, ଡମ୍ବରୁଧର ରଣା, କୃଷ୍ଣ ଚନ୍ଦ୍ର ରଣା, ନିର୍ମଳ ରଣା, ତପନ ରଣା, ହେମନ୍ତ ରଣା, ସୁଶାନ୍ତ ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.