pakka

ପାଟଣାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ଷୋହଳ ପୂଜା ଆରମ୍ଭ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡର ପ୍ରସିଦ୍ଧ ଶକ୍ତି ପୀଠ ତଥା ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ଦେବୀ ଓ ସମଲେଶ୍ୱରୀଙ୍କ ମନ୍ଦିରରେ ମା’ଙ୍କ ପ୍ରତିଷ୍ଠିତ ପାଟଖଣ୍ଡା ଧୁଆ ହେବା ସହ ଷୋହଳ ପୁଜା ଆରମ୍ଭ ହୋଇଯାଇଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଦଶହରା ନିମନ୍ତେ ଷୋହଳ ପୂଜା କରାଯାଇଥାଏ । ଏହି କାର୍ଯ୍ୟକ୍ରମ ଶହ ଶହ ବର୍ଷରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲି ଆସୁଛି । ପାଟଣାଗଡ଼ ଗଡଭିତରରେ ଅବସ୍ଥିତ ମା’ ପାଟଣେଶ୍ୱରୀ ଓ ସମଲେଶ୍ୱରୀ ବାଜା ବଜାଇ ଅର୍ଦ୍ଧ ରାତ୍ରିରେ ପାଇକମାନଙ୍କ ମୁଖ୍ୟ ପାଟଖଣ୍ଡାକୁ ଧରି ପ୍ରଥମେ ପୋଖରୀକୁ ନେଇ ଧୋଇ ସରିଲା ପରେ ସେଠାରେ ପୂଜା କରିଥାନ୍ତି । ପରେ ବାଜା ବଜାଇ ଶୋଭାଯାତ୍ରାରେ ମନ୍ଦିରକୁ ନେଇ ଅଷ୍ଟମୀ ତିଥିରେ ପୂଜା କରାଯାଏ ସେହିଦିନଠାରୁ ଷୋହଳ ପୂଜା ପାଳନ କରାଯାଏ । ଏହି ଦିନ ଠାରୁ ଷୋହଳ ଦିନ ପର୍ଯ୍ୟନ୍ତ ବ୍ରାହ୍ମଣ ମାନେ ମାଆଙ୍କୁ ପୂଜା କରିଥାନ୍ତି ଏହା ଦେଖିବାକୁ ଶହ ଶହ ଲୋକଙ୍କର ସମାଗମ ହୋଇଥାଏ । କିନ୍ତୁ ବିଗତ ଦୁଇ ବର୍ଷ ହେବ କୋଭିଡ଼ କଟକଣା ଯୋଗୁିଁ ବିନା ଭକ୍ତରେ ପୂଜା ପାଉଥିଲେ କିନ୍ତୁ ଚଳିତ ବର୍ଷ କଟକଣା କୋହଳ କରାଯାଇଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।

Leave A Reply

Your email address will not be published.

nineteen − four =