jayashree

ଗଞ୍ଜାମ ପାଇଁ ଗୌରବ ଆଣିଲେ କରପଡା ପଞ୍ଚାୟତର ସର୍ଚ୍ଚ ଓ ରେସକ୍ୱ୍ୟୁ ଟିମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ତୃତୀୟ ସ୍ଥାନ ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ପୁରସ୍କୃତ ହେଲେ ଗଞ୍ଜାମ ବ୍ଲକର କରପଡା ଗ୍ରାମର ସର୍ଚ୍ଚ ଓ ରେସକ୍ୱ୍ୟୁ ଟିମ । ଏହି ପ୍ରତିଯୋଗିତା ପାଇ କରପଡା ଗ୍ରାମର ସମାଜସେବୀ ରାମ ଚନ୍ଦ୍ର ନାୟକ (ସେକ୍ରେଟାରୀ)ଙ୍କ ସହ କରପଡା ଗ୍ରାମର ରୁଦ୍ର ନାୟକ, ମୋହନ ନାୟକ, ବିଶ୍ୱଜିତ ନାୟକ, ଶଙ୍କର ନାୟକ, ମିନାକ୍ଷୀ ନାୟକ, ଶ୍ରଦ୍ଧାଞ୍ଜଳି ଚୌଧୁରୀ, ଲିଶା ରାଉଳ ଓ ରିତୁନ ମହାପାତ୍ର ଭାଗ ନେଇଥିଲେ ଏବଂ ସାରା ଓଡିଶାର ଟିମକୁ ପଛରେ ପକାଇ ତୃତୀୟ ସ୍ଥାନ ପାଇଛନ୍ତି । ଏହା ଗଞ୍ଜାମ ଜିଲ୍ଲା ତଥା କରପଡା ପଞ୍ଚାୟତ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ । ଯେତେବେଳେ ବନ୍ୟା, ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ଆସେ ସେପରି ପ୍ରତିକୂଳ ପରିସ୍ଥିତିରେ ଏହି ଟିମ ନିଜ ଦକ୍ଷତା ଓ କୌଶଳ ବଳରେ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗେଇଥାନ୍ତି । ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ମୁଖ୍ୟମନ୍ତ୍ରୀ ଠାରୁ ପୁରସ୍କୃତ ହୋଇଛନ୍ତି । ଏହି ସଫଳତା ପାଇଁ ସ୍ଥାନୀୟ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.