csstore

ଟିଟିଲାଗଡ଼ ଲାୟଂସ୍ କ୍ଲବ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବ୍ୟାପି ସ୍ୱଚ୍ଛ ଭାରତ ଅଭିଯାନର ନାରା ଦେବା ସହ ନିଜର ପାଖ ପରିବେଶକୁ ସଫା ସୁତୁରା ରଖିବାର ବାର୍ତ୍ତା ଦେଇଥିଲେ । ଏହାକୁ ଆଖି ଆଗରେ ରଖି ଟିଟିଲାଗଡ଼ ଲାୟଂସ୍‌ କ୍ଲବ ତରଫରୁ ଗୁରୁବାର ସକାଳୁ ସଭାପତି ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ ସ୍ଥାନୀୟ ମା’ ଘଣ୍ଟାଶୁଣି ମନ୍ଦିରରେ ସଫେଇ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରୋଜେକ୍ଟ ଚେୟାରମେନ ଭାବେ ଲାୟନ୍ ଲିଙ୍ଗରାଜ ସାହୁ, କ୍ଲବର ମାର୍କେଟିଂ ଚେୟାର ପର୍ସନ ଲାୟନ୍ ସଞ୍ଜୟ କୁମାର ନାୟକ, ଲାୟନ୍ ସନ୍ତୋଷ ମହାନ୍ତି, ଆନନ୍ଦ ଜୈନ, ଅଜିତ ଚାନ୍ଦ ପାତ୍ର, ଅସୀମ କୁଣ୍ଡୁ, ପ୍ରଦୀପ ବାରିକ, ଖିରସିନ୍ଧୁ ଦର୍ଜି, ପଙ୍କଜ ନାମଦେବ, ଶୈଳେଶ ଗୋଏଲ, ଲିଓ ଶ୍ରୀତମ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ସେବା କାର୍ଯ୍ୟରେ ସାମିଲ ହୋଇଥିଲେ । ଏହି ଅବସରରେ କ୍ଲବ ତରଫରୁ ପୌର ପରିଷଦର ସଫେଇ ସୁପରଭାଇଜର ଜ୍ୟୋତି ବାଗ, କର୍ମଚାରୀ ରତନ ଭରାସାଗର, ବଜରଙ୍ଗ ସୁନାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

jayashree
Leave A Reply

Your email address will not be published.