ପ୍ରମୋଦ ଭଗତ ଆସନ୍ତା କାଲି ଓଡ଼ିଶା ପହଞ୍ଚିବେ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଓଡିଶାର ପାରା ବ୍ୟାଡମିଣ୍ଟନ ଖେଳାଳୀ ତଥା ବିଶ୍ୱର ନମ୍ବର ଏକ ପାରା ବ୍ୟାଡମିଣ୍ଟନ ଖେଳାଳୀ ଟୋକିୟୋ ଅଲିମ୍ପିକ୍ସରେ ଏକକ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜୟୀ ହେବା ପରେ ଆସନ୍ତା କାଲି ପ୍ରମୋଦ ଭଗତ ଓଡ଼ିଶା ଫେରୁଛନ୍ତି । ସେ ଆସନ୍ତା କାଲି ଏୟାର ଇଣ୍ଡିଆର ଫ୍ଲାଇଟରେ ଆସୁଛନ୍ତି ଏବଂ ଅପରାହ୍ନ ଘ ୧.୪୦ ମି ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ । ବିମାନ ବନ୍ଦରରେ ତାଙ୍କୁ ରାଜ୍ୟ ସରକାରଙ୍କ ବହୁ ଅଧିକାରୀ ସ୍ଵାଗତ କରିବା କାର୍ଯ୍ୟକ୍ରମ ରହିଛି । ପ୍ରମୋଦଙ୍କୁ ବିମାନ ବନ୍ଦରରେ ସ୍ଵାଗତ କରିବା ପାଇଁ ସେ ଜୀବନର ପ୍ରଥମ ବ୍ୟାଡମିଣ୍ଟନ ଖେଳ ଆରମ୍ଭ କରିଥିବା ଅତାବିରାର ପ୍ଲେଆରସ କ୍ଲବର କର୍ମକର୍ତ୍ତା ମାନେ ଓ ତାଙ୍କ ସହ ଏକା ସାଥୀ ହୋଇ ଖେଳିଥିବା ଖେଳାଳୀ ମାନେ ଭୁବନେଶ୍ୱର ଗସ୍ତ କରିଛନ୍ତି । ଏହି ଦଳରେ କ୍ଲବର ସଭାପତି ରବି ପଣ୍ଡା, ସମ୍ପାଦକ କୌସିକ୍ ମହାକୁର, କୋଷାଧ୍ୟକ୍ଷ ସତିଶ ମିତ୍ତଳ, ଯୁଗ୍ମ ସମ୍ପାଦକ ଚେତନ ଶର୍ମା, କାର୍ଯ୍ୟକାରୀ କମିଟି ସଦସ୍ୟ ସନ୍ଦୀପ ଅଗ୍ରୱାଲ, ଦୀପକ ରାଏ ପ୍ରମୁଖ ସାମିଲ ଅଛନ୍ତି । ପ୍ରକାଶ ଥାଉକି ଗତକାଲି ଅତାବିରା ଅଗ୍ରସେନ୍ ଭବନ ଠାରେ ସହରର ପାଖାପାଖି ୩୦ ଟି ସଂଗଠନ, ବିଜେଡି, ବିଜେପି, କଂଗ୍ରେସ ଗୋଟିଏ ଛାତ ତଳେ ଏକତ୍ରିତ ହୋଇ ପ୍ରମୋଦ ଭଗତଙ୍କୁ ନାଗରିକ ସମ୍ବର୍ଦ୍ଧନା ଦେବାକୁ ନିଷ୍ପତି ନିଆଯାଇଥିଲା । ଆସନ୍ତା ୧୫ ତାରିଖରେ ଶ୍ରୀ ଭଗତ ନିଜର ଜନ୍ମ ମାଟିକୁ ଆସିବା ସମୟରେ ପ୍ରଥମେ ଗୋଡଭଗା ଛକରେ ପଥପ୍ରାନ୍ତ ନାଗରିକ ସମ୍ବର୍ଦ୍ଧନା ଜଣାଇବା ପରେ ତାଙ୍କୁ ନିଜର ଜନ୍ମମାଟି ଅତାବିରା ଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.