pakka

କୋଶଲବାଦୀ ନେତା ପ୍ରମୋଦ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନରେ ପରିବାର ବାଦ୍‌କୁ ଉଚ୍ଛେଦ କରିବା ପାଇଁ କୋଶଲବାଦୀ ନେତା ପ୍ରମୋଦ ମିଶ୍ର ଆହ୍ୱାନ କରିଛନ୍ତି । ଆଜି ପୂର୍ବାହ୍ନରେ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଶ୍ରୀ ମିଶ୍ର କହିଛନ୍ତି ଯେ, ଓଡ଼ିଶାର ରାଜନୀତି ବଡ଼ ବିଚିତ୍ର । ବହୁତ ବଡ଼ ବଡ଼ ସ୍କାମ, ଚାଂଚଲ୍ୟକର ଅଘଟଣ ଘଟିଥିବା ସତ୍ୱେ ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଗୋଟିଏ ଦଳର ଶାସନ ଚାଲିଛି । ଏମିତି ମନେ ହେଉଛି, ସତେ ଯେମିତି ଓଡ଼ିଶାରେ ବିରୋଧୀ ଦଳ ବୋଲି କିଛି ନାହିଁ । ଶାସନ ବ୍ୟବସ୍ଥା ବିରୁଦ୍ଧରେ ପ୍ରବଳ ଜନମତ ରହିଥିବା ସତ୍ୱେ ତାହା ନିର୍ବାଚନରେ ପ୍ରତିଫଳିତ ହେଉ ନଥିବା ସେ କହିଛନ୍ତି । ରାଜ୍ୟର ପ୍ରମୁଖ ବିରୋଧୀ ଦଳର ନେତାମାନେ ନିଜ ନିଜ ପୁଅଝିଅମାନଙ୍କ ପାଇଁ ବିଜେଡ଼ିରେ ଟିକେଟ୍‌ କରାଇବାରେ ବ୍ୟସ୍ତ ଥିବା ଭଳି ଜଣାପଡ଼ୁଛି ବୋଲି ମତ ରଖିଛନ୍ତି ଶ୍ରୀ ମିଶ୍ର ।

jay balangir
Leave A Reply

Your email address will not be published.

twelve − 5 =

error: Content is protected !!