ସୁବର୍ଣ୍ଣପୁରରେ ଜିଲ୍ଲା ସ୍ଥରୀୟ ଜାତୀୟ ପ୍ରେସ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ଥରୀୟ ଜାତୀୟ ପ୍ରେସ ଦିବସ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ନିର୍ଦେଶ କ୍ରମେ ଏହି ସଭା ଗୁଗୁଲ ମିଟ ରେ ଭରଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ସମ୍ପନ୍ନ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ସୂର୍ୟ୍ୟନାରାୟଣ ଦାସ, ସଭାପତି ଭାବରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସ୍ୱାଧୀନ ମେହେର, ଶିକ୍ଷାବିଦ ଗତିକୃଷ୍ଣ ମିଶ୍ର, ଭୁବନେଶ୍ୱରରୁ ସ୍ତମ୍ଭକାର ତଥା ସମାଜସେବୀ ଘାସିରାମ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅତିଥି ମାନେ କରୋନା ସମୟରେ ସାମ୍ବାଦିକ ମାନଙ୍କର ସ୍ବେଛାକୃତ ସେବାର ବିଶେଷ ପ୍ରଶଂସା କରିଥିଲେ । ଜିଲ୍ଲାର ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା । ଭରଚୁଆଲ ପ୍ଲାଟଫର୍ମ ରେ ସମଗ୍ର ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ବୃନ୍ଦ ଯୋଗଦାନ କରିବା ସହ ନିଜ ନିଜର ମତାମତ ରଖିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ, ଏବଂ ବିଦ୍ୟାପତି ପଣ୍ଡା ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.