ଦାବୀ ଦିବସ ପାଳନ କଲା ଅଲ୍‌ ଓଡିଶା ଇପିଏଫ୍‌ ପେନ୍‌ସନ୍‌ର୍ସ ଏସୋସିଏସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅଲ୍‌ ଓଡିଶା ପେନ୍‌ସନ୍‌ର୍ସ ଏସୋସିଏସନ୍‌ର ସଭ୍ୟମାନେ ସ୍ଥାନୀୟ ମୁଖ୍ୟ ଡାକଘର ସାମନାରେ ଏକଜୁଟ ହୋଇ ଆଜି ନଭେମ୍ବର ୧୬କୁ ଦାବୀ ଦିବସ ରୂପେ ପାଳନ କରିଛି । କେନ୍ଦ୍ର ସରକାରଙ୍କ ଇପିଏଫ-୯୫ ଯୋଜନାକୁ ଏ ଭିତରେ ୨୫ବର୍ଷ ପୂରିଛି । କିନ୍ତୁ ବାରମ୍ବାର ଆନ୍ଦୋଳନ ଓ ପ୍ରଚେଷ୍ଟା ସୁଦ୍ଧା ରାଜ୍ୟରେ ଥିବା ୧.୬୨ ଲକ୍ଷ ସମେତ ଦେଶ ସାରା ପ୍ରାୟ ୬୬ ଲକ୍ଷ ଇପିଏଫ ଭୋଗି ଏ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷାରୁ ବଞ୍ଚିତ ହୋଇ ରହିଥିବା ବେଳେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ୨୦୧୪ରୁ ପାତର ଅନ୍ତରର ଶିକାର କରଯିବା ସହ ଏମାନଙ୍କୁ ବିନା ମହଙ୍ଗା ଭତ୍ତାରେ କେବଳ ମାସିକ ୧ହଜାର ଟଙ୍କା ଦିଆ ଯାଉଛି । ଫଳରେ ସ୍ୱଳ୍ପ ପେନସନ୍‌ ଓ ଅର୍ଥାଭାବରୁ ବୃଦ୍ଧ ତଥା ବରିଷ୍ଟ ପେନସନଭୋଗୀମାନେ ଆବଶୟକୀୟ ଖାଦ୍ୟ ତଥା ଔଷଧରୁ ବଞ୍ଚିତ ହେବା ସହ ଆବଶ୍ୟକୀୟ ଚିକିତ୍ସା ମଧ୍ୟ ପାଇ ପାରୁ ନାହାନ୍ତି । ଏଣୁ ସମସ୍ତ ପେନସନଭୋଗୀଙ୍କୁ ମାସିକ ଅନ୍ତତଃ ୯ହଜାର ଟଙ୍କା ପ୍ରଦାନ କରିବା ସହ ଆୟୁଷ୍ମାନ ଯୋଜନାରେ ସାମିଲ କରାଯାଇ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଦାବୀ କରିଛି ଏସୋସିଏସନ୍‌ । ତେବେ ଇପିଏଫ୍‌ ପେନ୍‌ସନ୍‌ ଯୋଜନାର ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଆଜିର ଦାବୀ ଦିବସକୁ ସଫଳ କରି ଇପିଏଫ୍‌ଭୋଗୀଙ୍କ ଦୀର୍ଘ ଦିନର ଦାବୀ ପୁରଣ କରିବା ଦିଗରେ ଏସୋସିଏସନ୍‌ ସମସ୍ତଙ୍କ ସହେଯାଗ କାମନା କରିଛି । ପ୍ରକାଶ ଯେଗ୍ୟ ଯେ, କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ୨୦୧୬ ମସିହା ଜାନୁଆରୀ ମାସଠାରୁ ମାସିକ ସର୍ବନିମ୍ନ ୯ହଜାର ଟଙ୍କା ମାସିକ ପେନସନ ସହ ମହଙ୍ଗା ଭତ୍ତା ପ୍ରଦାନ କାରଯାଉଛି । କିନ୍ତୁ ବିଡମ୍ବନାର ବିଷୟ ଯେ, ୧୬ ନଭେମ୍ବର ୧୯୯୫ରେ କେନ୍ଦ୍ର ସରକାର ଇପିଏଫ-୯୫ ଯୋଜନା ପ୍ରଚଳନ କରିଥିବା ବେଳେ ପେନସନଭୋଗୀଙ୍କୁ ବିନା ମହଙ୍ଗା ଭତ୍ତାରେ ମାସିକ ମାତ୍ର ୧ହଜାର ଟଙ୍କା ପ୍ରଦାନ କାରାଯାଉଛି । ଯଦ୍ୱାରା ଇପିଏଫ ପେନସନଭୋଗୀମାନେ ଏ ବିଷୟରେ ସୁପ୍ରିମ କୋର୍ଟର ଆଶ୍ରା ନେଇଥିଲେ । ଏହି ମାମଲାର ଶୁଣାଣି କରି ମାନ୍ୟବର ସୁପ୍ରିମ କୋର୍ଟ ଅକ୍ଟୋବର ୨୦୧୬ରେ ଇପିଏଫ୍‌ ପେନ୍‌ସନ୍‌ଭୋଗୀମାନଙ୍କୁ ସେମାନଙ୍କ ଶେଷ ଦରମା ମୁତାବକ ବର୍ଦ୍ଧିତ ପେନସନ୍‌ ଦେବା ପାଇଁ ଆଦେଶ କରିଥିଲେ । କିନ୍ତୁ କେବଳ କେରଳ ସମେତ କିଛି ରାଜ୍ୟ ସରକାର ଏହାକୁ ଲାଗୁ କରିଥିଲେ ମଧ୍ୟ ଓଡିଶା ସମେତ ଅନ୍ୟ କିଛି ରାଜ୍ୟରେ ଥିବା ଇପିଏଫ୍‌ ର ଆଂଚଳିକ କର୍ତ୍ତୃପକ୍ଷ ଏଯାବତ ଏହି ଆଦେଶକୁ କାର୍ଯ୍ୟକାରୀ କରୁ ନଥିବା ପେନ୍‌ସନରର୍ସ ଏସୋସିଏସନ କ୍ଷୋଭ ପ୍ରକାଶ କରିଛି ।

Leave A Reply

Your email address will not be published.