pakka

ପଂଚାୟତ ରାଜନୀତିକୁ ନେଇ ଯାଦବ ସମାଜର ପ୍ରେସ ବିବୃତ୍ତି : ବଲାଙ୍ଗିରରେ ଅଣଓଡିଆଙ୍କ ଯାଦବ ସମାଜରେ ସଦସ୍ୟ ନାହିଁ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯାଦବ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଯାଦବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଯାଦବ ସମାଜକୁ ନେଇ କିଛି ଅଣଓଡିଆ ଯାଦବ ଭୋଟ ହାତେଇବା ପାଇଁ ଯାଦବ ସମାଜକୁ ନେଇ ନେତା ପାଲଟିଛନ୍ତି । ଜିଲ୍ଲା ଯାଦବ ମହାସଭା ଏହାକୁ ଘୋର ନିନ୍ଦା କରିଛି । ଯାଦବ ସମାଜ ଏକ ସଂଗଠିତ ସଂଘ । ସବୁ ଦଳକୁ ସମର୍ଥନ କରି ଗଣତନ୍ତ୍ରକୁ ସମ୍ମାନ ଜଣାଏଁ । ଯାଦବ ପଶ୍ଚିମ ଓଡିଶା ବିକାଶ ପରିଷଦର ଚେୟାରମେନ ପରିଚୟ ଦେଇ ନେତା ପାଲଟୁଥିବା ଯାଦବ ସମାଜ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ସଂଗଠନକୁ ଜଡିତ କରାଯାଉଛି । ଜଣେ ବାହାର ରାଜ୍ୟରୁ ଲୋକ ନିଜକୁ ଯାଦବ ବୋଲି ରାଜନୀତି କରୁଥିବା ଯାଦବ ସମାଜର ଦୃଷ୍ଟି ଆକର୍ଷଣ ହୋଇଛି । ଜିଲ୍ଲା ଯାଦବ ମହାସଭା ଏ ନେଇ ଦୃଢୋକ୍ତି କରିଛି ଯେ, ଯାଦବ ପଶ୍ଚିମ ଓଡିଶା ବିକାଶ ପରିଷଦର କୌଣସି ସଂଗଠନ ନାହିଁ । ବଳରାମ ସିଂ ନାମକ ଜଣେ ବ୍ୟକ୍ତି ଏ ଯାଏଁ ଯାଦବ ସମାଜର କୌଣସି ସଭ୍ୟ ମଧ୍ୟ ନାହିଁ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାର ହୋଇଥିବାରୁ ଯାଦବ ସମାଜ ଏକ ପ୍ରେସ ବିବୃତି ଜଣାଇଛି ।

Leave A Reply

Your email address will not be published.

one × five =