pakka

ଦେଓଗାଁ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ପୁଳସଖଣ୍ଡକୁ ହରାଇ ଦେଓଗାଁ ଚାମ୍ପିଅନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ନେହେରୁ ଖେଳ ପଡ଼ିଆରେ ଗତ ୩ଦିନ ଧରି ହୋଇ ଆସୁଥିବା କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୬ଟି ଦଳ ଭାଗ ନେଇଥିଲେ । ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ ମ୍ୟାଚରେ ଦେଓଗାଁ ଦଳ ଖରଲକାନୀକୁ ହରାଇଥିବା ବେଳେ ଅନ୍ୟପକ୍ଷରେ ପୁଳସଖଣ୍ଡ ଦଳ ପଣ୍ଡରାପିଟାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚରେ ଦେଓଗାଁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୧୧୦ରନ କରିଥିବା ବେଳେ ବିପକ୍ଷ ପୁଲସଖଣ୍ଡ ଦଳକୁ ୬୫ରନ ମଧ୍ୟରେ ଅଲ୍ ଆଉଟ୍ କରି ୪୫ ରନରେ ମ୍ୟାଚକୁ ଜିତି ଦେଓଗାଁ ଦଳ ଚାମ୍ପିଅନ ହୋଇଥିଲା । ଦେଓଗାଁ ଦଳର ରାଜା ପ୍ରତିଯୋଗିତା ଓ ଫାଇନାଲ ମ୍ୟାଚର (୧୯ବଲରେ ୬୨ରନ) ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦଙ୍କ ଦେଓଗାଁ ବ୍ଲକ ପ୍ରତିନିଧି ଅମିତ ସିଂ ନିନା, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଭୋଲାନାଥ ସାହୁ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.

17 + 10 =