pakka

ଓମ୍ ସାଇ ରାମ୍ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ପିପଲପଦରକୁ ହରାଇ ସିକୁଆଁ ଚାମ୍ପିଅନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ସିଲେଟକାନିରେ ଓମ୍ ସାଇ ରାମ୍ କ୍ରିକେଟ କମିଟି ପକ୍ଷରୁ ହୋଇଆସୁଥିବା କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟମୀ ଭୋଇ, ପ୍ରଭାସ ବେହେରା, ଲକ୍ଷ୍ମୀ ମେହେର ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରି ପୁରସ୍କୃତ କରିଥିଲେ । ପ୍ରଥମ ସେମିଫାଇନାଲ ମ୍ୟାଚରେ କୁଠୁର୍ଲା ଓ ପିପଲପଦର ମଧ୍ୟରେ ହୋଇଥିଲା । କୁଠୁର୍ଲା ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୪ ୱିକେଟ ବିନିମୟରେ ୯୦ରନ କରିଥିବା ବେଳେ ପିପଲପଦର ଦଳ ୭.୩ ଓଭରରେ ଲକ୍ଷ୍ୟପୁରଣ କରି ବିଜୟୀ ହୋଇଥିଲା । ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଭୂତିଆରବାହାଲ ଦଳ ଓ ସିକୁଆଁ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ସିକୁଆଁ ପ୍ରଥମେ ବ୍ୟାଟିଂ କରି ୮ଓଭରରେ ୧୦୮ ରନ କରିଥିବା ବେଳେ ଭୂତିଆରବାହାଲ ଦଳ ସମସ୍ତ ୱିକେଟ ହରାଇ ୫୪ରନ କରି ପରାଜିତ ହୋଇଥିଲା । ଫାଇନାଲ ମ୍ୟାଚ ସିକୁଆଁ ଦଳ ଓ ପିପଲପଦର ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ସିକୁଆଁ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୧୩୮ ରନ କରିଥିବା ବେଳେ ବିପକ୍ଷ ପିପଲପଦର ଦଳ ସମସ୍ତ ଓଭର ଖେଳି ମାତ୍ର ୩୬ରନ କରି ୧୦୨ ରନରେ ପରାଜିତ ହୋଇଥିଲା । ସିକୁଆଁ ଦଳ ପ୍ରତିଯୋଗିତାର ବିଜେତା ଓ ପିପଲପଦର ଉପବିଜେତା ହୋଇଥିଲେ । ଆଜିର ମ୍ୟାଚଗୁଡ଼ିକୁ ସୁଜନ ମେହେର, ଅର୍ଜୁନ ମେହେର ପରିଚାଳନା କରିଥିବା ବେଳେ ସଞ୍ଜୀବ ମେହେର ସ୍କୋର ବୋର୍ଡ ଦାୟିତ୍ଵ ତୁଲାଇଥିଲେ । ଓମ୍ ସାଇ ରାମ୍ କ୍ରିକେଟ କମିଟିର ସମସ୍ତ ସଦସ୍ୟ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × 2 =