pakka

ରାଜନୀତି ମଇଦାନରେ ଲଢେ଼ଇଖୋର୍‌ ରକ୍ତ ସଂପର୍କ : ଗୋଟିଏ ପଟେ ବିଧାୟକ ନରସିଂହଙ୍କ ଦୁଇ ପୁତୁରା ମୁହାଁମୁହିଁ ତ’ ଅନ୍ୟପଟେ ଦୁଇ ଭାଇବୋହୂ ଆମ୍‌ନା ସାମ୍‌ନା ସମିତି ସଭ୍ୟ ପଦବୀ ପାଇଁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜନୀତି ମଇଦାନରେ ଲଢେ଼ଇଖୋର୍‌ ରକ୍ତ ସଂପର୍କ । ଏଭଳି ଚର୍ଚ୍ଚିତ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ । ଗୋଟିଏ ପଟେ ବିଧାୟକ ନରସିଂହଙ୍କ ଦୁଇ ପୁତୁରା ମୁହାଁମୁହିଁ ତ’ ଅନ୍ୟପଟେ ଦୁଇ ଭାଇବୋହୂ ଆମ୍‌ନା ସାମ୍‌ନା ସମିତି ସଭ୍ୟ ପଦବୀ ପାଇଁ । ସୂଚନା ଅନୁସାରେ ନିକଟସ୍ଥ ଛତାମଖନା ପଂଚାୟତରେ ବିଧାୟକ ନରସିଂହ ମିଶ୍ରଙ୍କ ଦୁଇ ଭାଇବୋହୂ ଗୀତାଂଜଳି ମିଶ୍ର ଓ ଜ୍ୟୋତ୍ସ୍ନାମୟୀ ମିଶ୍ର ସମିତି ସଭ୍ୟା ଭାବେ ନିର୍ବାଚନ ମଇଦାନ୍‌କୁ ଓହ୍ଲାଇଥିବା ବେଳେ ପିପିର୍ଡା ପଂଚାୟତରେ ଦୁଇ ପୁତୁରା ସ୍ମାରକ ମିଶ୍ର ଓ ସିଦ୍ଧାର୍ଥ ମିଶ୍ର ଗୋଟିଏ ପଞ୍ଚାୟତରୁ ସମିତି ସଭ୍ୟ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ରାଜନୀତି ମଇଦାନରେ ଏଭଳି ଲଢେ଼ଇଖୋର୍‌ ରକ୍ତ ସଂପର୍କ ସାରା ଅଂଚଳରେ ସର୍‌ଗରମ୍‌ ଆଲୋଚନାର ବିଷୟବସ୍ତୁ ପାଲଟିଛି । ସ୍ଥାନୀୟ ଅଂଚଳରେ ଏଭଳି ରୋଚକ ପ୍ରତିଦ୍ୱନ୍ଦିତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.

one × 3 =