
ପ୍ରେମରେ ଥିଲେ ଅଭାବ ଛୁଏଁନି : ମୁଣ୍ଡ ଗୁଂଜିବାକୁ ଛପର ନାହିଁ, ପେଟ ପାଇଁ ଦାନା ନାହିଁ, ତଥାପି ଖୁସିରେ ମସ୍ଗୁଲ୍ ସ୍ୱାମୀ ସ୍ତ୍ରୀ
ତୁରେକେଲା, (କୈଳାଶ ସଗ୍ରିଆ) : କୁହାଯାଏ ପ୍ରେମରେ ଥିଲେ ଅଭାବ ଛୁଏଁନି । ମୁଣ୍ଡ ଗୁଂଜିବାକୁ ଛପର ନାହିଁ, ପେଟ ପାଇଁ ଦାନା ନାହିଁ, ତଥାପି ଖୁସିରେ ମସ୍ଗୁଲ୍ ସ୍ୱାମୀ ସ୍ତ୍ରୀ । ତୁରେକେଲାର ଗୋଦାମ ଘର ବାରଣ୍ଡା ଏମାନଙ୍କ ଘର । ପ୍ରେମରେ ମସ୍ଗୁଲ୍ ନିଃସହାୟ ହଳେ ବୃଦ୍ଧବୃଦ୍ଧା । ଯାହା ଯେଉଁଠୁ ମିଳେ, ତାହା ହିଁ ତାଙ୍କ ପେଟ ପାଇଁ ଯଥେଷ୍ଟ ହୋଇଥାଏ । କିନ୍ତୁ ସବୁଠାରୁ ବଡ଼ କଥା, ଜାଗତିକ ଅଭାବ, ଅନାଟନ, ଗରିବୀ ତାଙ୍କ ସାମ୍ନାରେ ହାର୍ ମାନିଛି । ଦୁହେଁ ଦୁହିଁଙ୍କ ଭଲ ପାଇବାକୁ ପୁଂଜି କରି ବଂଚୁଛନ୍ତି ଜୀବନ । ଆସନ୍ତୁ, ସେମାନଙ୍କ ଏକ ମସ୍ଗୁଲ୍ ଭିଡ଼ିଓ ଦେଖିବା ଓ ଅନୁଭବ କରିବା ସେମାନଙ୍କ ପ୍ରେମମୟ ଜୀବନକୁ ।