pakka

ଦାଦନ ଶ୍ରମିକଙ୍କ ପିଡିଏସ୍‌ ଚାଉଳରେ ଦୁର୍ନୀତି ଅଭିଯୋଗ

bbehera

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଗାଁର ଦାଦନ ଶ୍ରମିକମାନେ ପ୍ରତିବର୍ଷ ଦେଶାନ୍ତର ହେଉଛନ୍ତି । ସରକାରଙ୍କ ଠାରୁ ଏହି ପ୍ରବାସୀମାନଙ୍କ ନାମରେ ଯେଉଁ ପିଡିଏସ୍‌ ଚାଉଳ ଆସୁଛି ସେଥିରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଯଦି ଯୋଗାଣ ସହାୟକଙ୍କୁ ଏ ସମ୍ବନ୍ଧରେ ପଚାରିଲେ ମଦ ନିଶାରେ ମାତାଲ ହୋଇ ହିତାଧିକାରୀମାନଙ୍କୁ ଡରାଉଥିବା ଅଭିଯୋଗ ହୋଇଛି । ଏ ବିଷୟରେ ‘କୋଶଳ ପ୍ରବାହ’ର ସାମ୍ବାଦିକ ସପ୍ଲାଏ ଅଫିସର ସନାତନ ମାଝିଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଦାଦନ ଶ୍ରମିକମାନେ ପିଡିଏସ୍‌ ଚାଉଳ ପାଇ ପାରିବେ । ପିଡିଏସ୍‌ ଚାଉଳ ହିତାଧିକାରୀଙ୍କୁ ଯୋଗାଣ ସହାୟକ ଦେବା ପାଇଁ ବାଧ୍ୟ ବୋଲି ସେ କହିଥିଲେ । ଅନ୍ୟ ପକ୍ଷରେ ଏଯାଏଁ କିଛି ଦାଦନ ଶ୍ରମିକ ହିତାଧିକାରୀ ପିଡିଏସ୍‌ ଚାଉଳ ପାଇ ନଥିବା ଅଭିଯୋଗ ହେଉଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରାଯାଉ ବୋଲି ବୁଦ୍ଧିଜୀବୀମାନଙ୍କ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.

18 − fourteen =