pakka

ପୁଇଁତଲା ଥାନା ଅନ୍ତର୍ଗତ ବ୍ଲକ ଛକରେ ଜବାନଙ୍କ ଘରେ କଳାକନା ବୁଲାଇଲେ ଚୋର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟରେ ପୁଇଁତଲା ଥାନା ଅନ୍ତର୍ଗତ ବ୍ଲକ ଛକ ଠାରେ ଜବାନଙ୍କ ଘରେ କଳାକନା ବୁଲାଇଲେ ଚୋର । ବଲାଙ୍ଗିର ଜିଲ୍ଲାରେ ଏବେ ଚୋରଙ୍କ ଆତଙ୍କ । ନୂଆଁଖାଇ ଦିନ ରାତିରେ ପୁଇଁତଲାରେ ଚୋରି କରି କଳାକନା ବୁଲାଇ ଦେଇଛନ୍ତି ଚୋର । ପୁଇଁତଲା ବ୍ଲକ ଛକଠାରେ ବିଏସ୍‌ଏଫ୍‌ ଜବାନ ଭବାନୀ ଛତ୍ରିଆଙ୍କ ଘର ଚାରୋଟି ପରିବାରଙ୍କୁ ଘରଭଡା ମଧ୍ୟ ଦେଇଛନ୍ତି । ନୂଆଁଖାଇ ପାଇଁ ଘର ମାଲିକଙ୍କ ସହିତ ଭଡାରେ ରହୁଥିବା ପରିବାର ଲୋକେ ନୂଆଁ ଖାଇବା ପାଇଁ ନିଜ ନିଜ ଘରକୁ ଯାଇଥିଲେ । ଏହାର ସୁଯୋଗ ନେଇ ଚୋରମାନେ ତାଲା ଭାଙ୍ଗି କଳାକନା ବୁଲାଇ ଦେଇଥିଲେ । ପାଞ୍ଚଟି ପରିବାରର ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । କିଛି ଭଡାଟିଆ ଫେରି ନଥିବାରୁ କେତେ ଟଙ୍କା ଚୋରି ହୋଇଛି ତାର ଆକଳନ ହୋଇପାରି ନାହିଁ । ଏନେଇ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ କେବଳ ଟଙ୍କା ନୁହଁ ଘରର ଅନେକ ଆସବାବପତ୍ର ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

jay balangir
Leave A Reply

Your email address will not be published.

4 × four =