pakka

ଲୋକ ପରମ୍ପରା ଆଧାରରେ ‘ସଚେତନ ହେମା’ର ନୂଆଁଖାଇ ଭେଟ୍‌ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଦ ଗ୍ରାମରେ ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ଓ ଢୋଲବନ୍ଧ ଗ୍ରାମବାସୀଙ୍କ ସହଯୋଗରେ ନୂଆଁଖାଇ ଭେଟ୍‌ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଟିକେଲାଲ ସ୍ୱାଇଁ, ବିଜୟ ସ୍ୱାଇଁ, ଅନୁବ୍ରତ ସାହୁ, ନାଟ୍ୟକାର ରାଜକୁମାର ସାହୁ, ଧର୍ମେନ୍ଦ୍ର ସାହୁ ଓ ଜିତେଦ୍ରୀୟ ସାହୁ ଯୋଗଦେଇ ଦୀପ ପ୍ରଜ୍ୱଳନ ପରେ ସଭା ଆରମ୍ଭ ହୋଇଥିଲା । ନୂଆଁଖଇ ଉପଲକ୍ଷେ ବସ୍ତା ଦୌଡ଼, ପାଣି ପହରା, ମାଠିଆ ଫଟା, ଚାମଚ ଗୋଲି, ମ୍ୟୁଜିକ ଚେୟାର, ହୁଳହୁଳି ପ୍ରଭୁତି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆଯାଇଥିଲା । ରାଜକୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଧର୍ମେନ୍ଦ୍ର ସାହୁ ମୁଖ୍ୟ ବକ୍ତବ୍ୟ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାକୁ ଅମିତ ସାହୁ, ଲଳିତ ସାହୁ, ରସିକ ସାହୁ, ମଦନ ସାହୁ, ମହେନ୍ଦ୍ର ସାହୁ, ମୁକେଶ ସାହୁ, ଗଣେଶ ସାହୁ, ହେମନ୍ତ ମହାକୁର, ରୁକ୍ମଣ ସ୍ୱାଇଁ, ଗଣେଶ ସାହୁ, ବୀରେନ୍ଦ୍ର ମହାକୁର, ଅଜୟ ସ୍ୱାଇଁ ଆଗକୁ ନେଇଥିଲେ । ପରେ ଘନଶ୍ୟାମ ସାହୁ ସାଂସ୍କୃତକ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସୁରେନ୍ଦ୍ର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

18 − 9 =