pakka

ଖଲିଆପାଲି ସ୍କୁଲରେ ୫୦ତମ ପ୍ରତିଷ୍ଠା ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ(ଡୁଡୁକା) ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫୦ତମ ପ୍ର୍‌ତିଷ୍ଠା ଦିବସ ପାଳିତ ହେ।।ଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଭାରେ ମୁଖ୍ୟଅତିଥି ଭାବରେ ସାଲେଭଟା ଗ୍ରାମ ପଂଚାୟାତର ସରପଂଚ ତଥା ଆଗଲପୁର ବ୍ଲକ ସରପଂଚ ସଂଘର ସଭାପତି ବିଜୟ କୁମାର ବେହେରା ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଆଇନଜୀବୀ ତଥା ସମାଜସେବୀ ବିଜୟା କୁମାର ଦାସ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଏସ୍‌.ଟି. ଏସ୍‌. ସି କର୍ମଚାରୀ ସଂଘର ସଭାପତି ପ୍ରେମରାଜ ନିଆଲ ଏବଂ ବିଶିଷ୍ଠ ହାସ୍ୟ ଅଭିନେତା ବିନ୍ଦୁ ଯୋଗଦେଇଥିଲେ । ଶିକ୍ଷକ ଜ୍ୟୋତିର୍ମୟ ମିଶ୍ର ଅତିଥି ପରିଚୟ ଦେବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ୧୯୬୧ ମସିହାରେ ସ୍ଥାପିତା ହୋଇଥିବା ଏହି ଖଲିଆପାଲି ବିଦ୍ୟାଳୟର ୫୦ ବର୍ଷ ପୂର୍ତି ଉପଲେକ୍ଷ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ନିମନ୍ତେ ଶୁଭ ଖମ୍ଭ ସ୍ଥାପିତ ହୋଇଯାଇଛି । ଉପସ୍ଥିତ ଅତିଥି, ପୂରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଗ୍ରାମବାସୀ ବୃନ୍ଦ ଉକ୍ତ ସୁବର୍ଣ୍ଣ ଜୟନ୍ତୀ ପାଳନରେ ସମସ୍ତ ପ୍ରକାର ସହାୟତା ଯୋଗଇ ଦେବାକୁ ମତାମତ ଦେଇଛନ୍ତି । ୱାର୍ଡସଭ୍ୟ ବିଘ୍ନେଶ୍ୱର କୁମ୍ଭାର, ଦେବଦତ ଭୋଇ, ସାଲେଭଟାର ପୂର୍ବତନ ୱାର୍ଡ ସଭ୍ୟ ବିପ୍ର ଷାଣ୍ଡ, ଶିକ୍ଷକ ଧିରେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ପାଇକଚନ୍ଦନ, ସଂଗୀତା ସାହୁ, ପୂରାତନ ଛାତ୍ରୀ ଜୟ କୁମାରୀ ତାଣ୍ଡି ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

15 − 11 =