pakka

ଅବସରପ୍ରାପ୍ତ ଶିକ୍ଷକ ନକୁଳ ସାହୁଙ୍କ ପରଲୋକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ଯ୍ୟ ଧର୍ମ ପ୍ରଚାରକ, ଚାଷୀ ନେତା, ସମାଜ ସଂସ୍କାରକ, ଅବସରପ୍ରାପ୍ତ ଶିକ୍ଷକ ଠକପଡା ଗାଁର କବି ନକୁଲ ସାହୁଙ୍କ ଗତକାଲି ଆକଷ୍ମିକ ଦୁର୍ଘଟଣାରେ ବୁର୍ଲା ସ୍ଥିତ ଭୀମସାର ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଇହଧାମ ତ୍ୟାଗ କରିଛନ୍ତି । ଖବର ଶୁଣିବା ପରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ସାହୁ ପାଟଣାଗଡରେ ତେଲି ଧର୍ମର୍ଶାଳା ପାଇଁ ତାଙ୍କର ଅବଦାନ, ଯୋଗିମୁଣ୍ଡା ନିକଟରେ ଆର୍ଯ୍ୟ ସମାଜ ପାଇଁ ଜମି ଦାନ ଏ ସମାଜ ସାରା ଦିନ ତାଙ୍କ ସ୍ମୃତିକୁ ମନେ ରଖିବ । ସମାଜରେ ବାଲ୍ୟ ବିବାହ ବନ୍ଦ, ଝିଅମାନଙ୍କ ଅଧିକାର, ଚାଷୀର ଅଧିକାର ପାଇଁ ସାରା ଜୀବନ ସେ ଲଢେଇ କରି ଆସୁଥିଲେ । ଏଣୁ ତାଙ୍କର ଅନ୍ତିମ ଯାତ୍ରାରେ ଅଂଚଳର ଶହ ଶହ ଲୋକ ଯୋଗ ଦେଇଥିଲେ । ସମ୍ପୁର୍ଣ୍ଣ ବ୍ରେଦିକ୍‌ ନୀତିରେ ସାଧୁ ସନ୍ଥଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇଥିଲା । ତେଣୁ ଉପସ୍ଥିତ ସହାନୁଭୂତି ପ୍ରଦାନ କରିଥିବା ସହୃଦୟ ବନ୍ଧୁମାନଙ୍କୁ ସାହୁ ପରିବାର ଠକପଡା ତରଫରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.

4 × 2 =