csstore

ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି । ଉଦ୍‌ଘାଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ଏମ୍‌.ଏସ୍‌.ମଧୁମିତା ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଏସ୍‌ଡିପିଓ ରାକେଶ ବର୍ମା ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୨ଟି ଟିମ୍ ଯଥା, ଭଞ୍ଜନଗର, ଗଜପତି, ବାରଖମା, ପାଣିଗଣ୍ଡା, ବ୍ରହ୍ମପୁର ପାଓ୍ବାର-ସିକ୍ସ, ଅଡ଼ବା ଷ୍ଟାର-ସିକ୍ସ, ଦାରିଙ୍ଗବାଡ଼ି, କଳିଙ୍ଗା, ରାଇକିଆ, ଓ୍ବାରିଅର-୬ ତୁମୁଡ଼ିବନ୍ଧ, କାରଗିଲ୍-ସିକ୍ସ ବ୍ରହ୍ମପୁର, ଗୁମା-ସିକ୍ସ ପ୍ରମୁଖ ଯୋଗଦେବାକୁ ସ୍ଥିର କରାଯାଇଥିବା ବେଳେ ଉଦ୍‌ଘାଟନୀ ମ୍ୟାଚରେ ଭଞ୍ଚନଗର ଓ ଗଜପତି ମଧ୍ୟରେ ପ୍ରଥମ ମ୍ୟାଚ ଏବଂ ପାଣିଗଣ୍ଡା ଓ ବାରଖମା ମଧ୍ୟରେ ଦ୍ବିତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉଦ୍‌ଘାଟନୀ ଉତ୍ସବରେ ଉପଖଣ୍ଡ କ୍ରୀଡ଼ା ସଂଘର ସଭାପତି ତଥା ଉପଜିଲ୍ଲାପାଳ ଓ ଏସ୍‌ଡିପିଓ ଷ୍ଟାଡିୟମରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ମ୍ୟାଚ୍ ଦେଖିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଶେଷ ଦିନ ଅର୍ଥାତ୍ ମାର୍ଚ୍ଚ ୧୨ ତାରିଖରେ ଦିନ ୩ଟା ସମୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି । ଉପଖଣ୍ଡ କ୍ରୀଡ଼ା ସଂଘ ସମ୍ପାଦକ ଡଃ.ଶୁଶାନ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବା ବେଳେ ରେଫରି ଭାବେ ରଶ୍ମି ରଞ୍ଜନ ତ୍ରିପାଠୀ, ବୁଲୁ ସାହୁ, ରୁପକ ନାୟକ, ସୌମ୍ୟ ରଞ୍ଜନ ନାୟକ, ଦେବେନ୍ଦ୍ର ଦଣ୍ଡିଆ, ଉଦ୍ଧବ ଦିଗାଲ, ଭାଗବତ ପାଣ୍ଡେ (ସ୍କୋର ବୋର୍ଡ), ମାନସ ରଞ୍ଜନ ଅମାୟତ ନିୟୋଜିତ ହୋଇଥିବା ବେଳେ ସଂଘର ସମସ୍ତ ସଦସ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ।

jayashree
Leave A Reply

Your email address will not be published.