pakka

ଡେଲାଙ୍ଗ ବ୍ଲକସ୍ତରୀୟ ଲୋକ ସେବା ଦିବସ ପାଳିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ଲୋକ ସେବା ଦିବସ ପାଳିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ଅଧ୍ୟକ୍ଷତା କରିଥିଲେ । ମଣ୍ଡଳ ଉନ୍ନୟନ ଅଧିକାରୀ ଲାବନେନ୍ଦୁ ମାହାନ୍ତି, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଏବିଦିଓ ପ୍ରଦୀପ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିଶ୍ରୀ ରାଉତରାୟ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ରାଜେଶ୍ୱର ମହାରଣା, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରତିକାନ୍ତ ସାହୁ ଓ ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ସ୍ଵାଗତିକା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଡେଲାଙ୍ଗ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବ୍ଲକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଭୂମିପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ବିଜୁବାବୁଙ୍କ ଜନ୍ମଦିନରେ ଗ୍ରାମୀଣ ବିକାଶର ସଫଳତା ଓ ନବୀନ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। । ଅଧ୍ୟକ୍ଷା, ଉପାଧ୍ୟକ୍ଷ, ବିଡ଼ିଓ, ଏବିଡ଼ିଓ ବିଜୁବାବୁଙ୍କ ଜୀବନ ଆଦର୍ଶ ବର୍ଣ୍ଣନା କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗ୍ରାମ୍ୟ ସ୍ତରରୁ ବିକାଶ ନିମନ୍ତେ ସଂକଳ୍ପ ନେବା ନିମନ୍ତେ ପ୍ରବର୍ତ୍ତାଇଥିଲେ । ସମିତି ସଭ୍ୟ ଅଜୟ କୁମାର ରାଉତରାୟ ଅଗ୍ରଗତିରେ ପ୍ରଣୀତ ପଞ୍ଚାୟତିରାଜ ବ୍ୟବସ୍ଥା ଓ ବିକାଶ ବିଷୟରେ ଅଭିଭାଷଣ ରଖିଥିଲେ । ବିଜୁବାବୁଙ୍କ ଜନ୍ମଦିନକୁ ଲୋକସେବା ଦିବସ ରୂପେ ଉତ୍ସର୍ଗ କରି ସେମାନଙ୍କ ସମସ୍ୟା ଚିହ୍ନଟ ଓ ସମାଧାନ ସହ ସମସ୍ତ ସରକାରୀ ଯୋଜନା ଗୁଡ଼ିକୁ ଲୋକାଭିମୁଖୀ କରାଇବା ନିମନ୍ତେ ଆଲୋଚନା ହୋଇଥିଲା । ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଦୁଇ ପଞ୍ଚାୟତ ରୂପେ ଡେଲାଙ୍ଗ କୋଠାବାଡ଼ ପଞ୍ଚାୟତକୁ ୧ ଲକ୍ଷ ୫ ହଜାର ଟଙ୍କା ଓ ସୁଦୃଢ଼ ଭିତ୍ତିଭୂମି ଗ୍ରାମ ପଞ୍ଚାୟତ ରୂପେ ଅଭୟମୁଖୀ ଗ୍ରାମ ପଞ୍ଚାୟତକୁ ୧ ଲକ୍ଷ ୫ ହଜାର ଟଙ୍କା ଆର୍ଥିକ ସହାୟତା ବ୍ଲକ ପକ୍ଷରୁ ଘୋଷଣା କରାଯାଇଥିଲା । ବ୍ଲକର ୨୧ଟି ପଂଚାୟତର ୬୯ ଜଣ ସ୍ୱାବଲମ୍ବୀ କାରିଗର ଓ ପମ୍ପ ଚାଲକଙ୍କୁ ଉତ୍ତରୀୟ, ପ୍ରଶଂସା ପତ୍ର ଓ ଟୁଲ୍ କିଟ୍‌ ପ୍ରଦାନ କରାଯାଇଥିଲା । ଶେଷରେ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

four × 3 =

error: Content is protected !!