centurian jitm

ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସ୍ଥିତ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି) ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର କନିଷ୍ଠ ବର୍ଗ (ଷଷ୍ଠରୁ ଅଷ୍ଟମ ଶ୍ରେଣୀ) ଓ ବରିଷ୍ଠ ବର୍ଗ (ନବମ ଓ ଦଶମ ଶ୍ରେଣୀ)ଙ୍କୁ ନେଇ ଭିନ୍ନ ଭିନ୍ନ ସ୍ତରରେ ସାହିତ୍ୟ ସଂପର୍କିତ ବକ୍ତୃତା, ଦେଶାତ୍ମବୋଧ କବିତା ଆବୃତ୍ତି, ସାହିତ୍ୟ ସଂପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ପରିଚାଳନା କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗଦାନ କରିଥିଲେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସନାତନ ଠାକୁର, ଡା. ଜ୍ୟୋତିର୍ମୟୀ ସାହୁ, ଆନଂଦ ଚଂଦ୍ର ସାହୁ, ଶୁଭ୍ରାଂଶୁ ଶେଖର ପଣ୍ଡା, ସବିତା ମହରା ଓ ସଂଦୀପ କୁମାର କୁଅଁର । ତେବେ ପ୍ରତିଯୋଗିତାର ଫଳାପଳ ଅନୁସାରେ ବରିଷ୍ଠ ବର୍ଗରେ ବକ୍ତୃତାରେ ସଇଁନ୍ତଲା ଓଏଭି.ର ଛାତ୍ରୀ ରାଜରାଣୀ ମହାନନ୍ଦ, ଆବୃତ୍ତିରେ ଏସ୍‌ଏସ୍‌ଭିଏମ୍‌., କଦମ୍‌ପଡ଼ା, ବଲାଙ୍ଗିରର ଛାତ୍ରୀ ଆର୍ଯ୍ୟାକୁମାରୀ ପୋଢ଼, ସାଧାରଣ ଜ୍ଞାନରେ ଖପ୍ରାଖୋଲ ବ୍ଲକ ବାଘମୁଡ଼ ଡିପିଏଚ୍‌ଏସ୍‌ ସ୍କୁଲର ଛାତ୍ରୀ ଭାରତୀ ସାହୁ ଏବଂ କନିଷ୍ଠ ବର୍ଗରେ ବକ୍ତୃତାରେ ତୁରେକେଲା ଓଏଭି.ର ଛାତ୍ରୀ କୁମାରୀ ସ୍ୱାତୀ ସୁଚରିତା ପାତ୍ର, ଆବୃତ୍ତିରେ ଖପ୍ରାଖୋଲ ଓଏଭି.ର ଛାତ୍ରୀ ଆଲଭା ଭୋଇ, ସାଧାରଣ ଜ୍ଞାନରେ ଆଗଲପୁର ମୁରସୁଁଡ଼ର ଉ.ପ୍ରା.ବିଦ୍ୟାଳୟର ଛାତ୍ରୀ ସୁନନ୍ଦାରାଣୀ ସାହୁ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ଉନ୍ନିତ ହୋଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.