csstore

ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ଇଂଜିନିୟର କୁନାଲ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସବୁ ରାଜନୈତିକ ଦଳ ମାନଙ୍କରେ ଯୁବକ ମାନଙ୍କ ପ୍ରଧାନ୍ୟତା ବଢ଼ିବାରେ ଲାଗିଥିବା ବେଳେ ଦଳର ବିଭିନ୍ନ ଉତ୍ତର ଦାୟିତ୍ୱରେ ମଧ୍ୟ ପାଦ ଦେଉଥିବା ବେଳେ ଗତ ସୋମବାର ଦିନ ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ଯୁବମୋର୍ଚ୍ଚା ପାଇଁ ବିଭିନ୍ନ ପଦ ମାନ ଘୋଷଣା କରାଯାଇଛି । ଏହି ପରିପେକ୍ଷିରେ ପଦ୍ମପୁରର ଉଦ୍ୟମାନ ଯୁବନେତା ଇଂଜିନିୟର କୁନାଲ ପାଣିଗ୍ରାହୀଙ୍କ ଉପରେ ମଧ୍ୟ ଦଳ ଗୁରୁଦାୟିତ୍ୱ ନ୍ୟସ୍ତ ପୂର୍ବକ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବରେ ପଦ ଘୋଷଣା କରିଥିବା ବେଳେ ଏହି ଘୋଷଣାକୁ ନେଇ ପଦ୍ମପୁର ଭାରତୀୟ ଜନତା ପାର୍ଟି ସହ ଜଡିତ ଯୁବକ ମାନଙ୍କ ସହ ଅଞ୍ଚଳର ବିଭିନ୍ନ ଯୁବ ସଂଗଠନ ତରଫରୁ ମଧ୍ୟ ଶ୍ରୀ ପାଣିଗ୍ରାହୀଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଏହି ପଦ ଘୋଷଣା ପରେ ଶ୍ରୀ ପାଣିଗ୍ରାହୀ ଜିଲ୍ଲା ତଥା ରାଜ୍ୟର ସମସ୍ତ ନେତୃବୃନ୍ଦଙ୍କୁ ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ଦେଖେଇ ତାଙ୍କୁ ଜିଲ୍ଲା କମିଟିରେ ସ୍ଥାନ ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରିବା ସହ ଆଗାମୀ ଦିନରେ ସଂଗଠନର ସୁଦୃଢତା ସହ ଦେଶର ଉନ୍ନତି ଦିଗରେ ସବୁ ବେଳେ ନିଜର ଯଥା ସମ୍ଭବ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.