ସୋହେଲାରେ ବ୍ଲକ୍‌ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ସୋହେଲା, (କେପିଏନ୍‌ଏସ୍‌) : ପ୍ରଜ୍ଞାନ ମିଶନ୍ ପକ୍ଷରୁ ସୋହେଲା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୀତା ସୁଗୀତା କର୍ତ୍ତବ୍ୟା ଶୀର୍ଷକରେ ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଯଶୋଦା ଦାଶ, ପ୍ରଧାନ ଶିକ୍ଷକ ବିକ୍ରମ ପ୍ରଧାନ, ସଂସ୍କୃତ ଶିକ୍ଷକ ସୁବ୍ରତ ପଣ୍ଡା ଓ ଗୀତାନୁରାଗୀ ଅଗସ୍ତି ଭୋଇ ଅତିଥି ଭାବରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ପ୍ରତିଯୋଗିତା ପୂର୍ବରୁ ଜିଲ୍ଲା ସଂଯୋଜକ ରାଜବଲ୍ଲଭ ପଣ୍ଡା ଗୀତା ଧ୍ୟାନ ପାଠ କରି ଗୀତା ପ୍ରତିଯୋଗିତାର ଉଦ୍ଦେଶ୍ୟ ଓ ନିୟମାବଳୀ ବିଷୟରେ ଆଲୋକପାତ କରିଥିଲେ । ‘କ’ ବିଭାଗରେ ସୂର୍ୟ୍ୟାଂଶ ପ୍ରଭାବ ମିଶ୍ର, ତେଜସ୍ୱିନୀ ଦ୍ୱାରୀ, ଦିବ୍ୟାଂଶୀ ସାହୁ ବିପ୍ଲବ ଦିଶ୍ରି, ଦେବାଶିଷ ସାହା, ସାହିଲ୍ ପଧାନ, ‘ଖ’ ବିଭାଗରେ ପ୍ରିୟଙ୍କା ଦେବତା, ଲିଲିପ୍ତା ସାହୁ, ବର୍ଷା ପଧାନ, ଗାୟତ୍ରୀ ପଧାନ, ଆଦ୍ୟାଶା ସାହୁ, ହେମଲତା ନାୟକ, ‘ଗ’ ବିଭାଗରେ ମାନସୀ ସାହୁ, ଋତୁପର୍ଣ୍ଣା ନାୟକ, ମନିଶା ସାହୁ, ଖୁସୀ ପଧାନ, ପ୍ରଶାନ୍ତ ମିଶ୍ର, ପ୍ରିୟାଂଶୀ ବେହେରା, ଟ୍ୱିଙ୍କିଲ୍ ଭୋଇ, ନୁପୁର ବେହେରା, ମିଶ୍ରିତା ନାୟକ ବରଗଡ଼ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି । ପ୍ରତିଯୋଗିତା ଶେଷରେ କୃତି ପ୍ରତିଯୋଗିତାମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଯାଇଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଲିଖିତ ଗୀତା ପ୍ରସାଦ ପୁସ୍ତକ ପ୍ରଦାନ କରାଯାଇଥିଲା । ଅଯୋଧ୍ୟାର ଗୋବିନ୍ଦ ଗିରି ମହାରାଜଙ୍କ ଅନୁଗାମୀ ସ୍ଥାନୀୟ ଗୀତାପ୍ରେମୀବୃନ୍ଦ ପ୍ରତିଯୋଗିତାରେ ଉପସ୍ଥିତ ରହି ସମସ୍ତଙ୍କୁ ଗୀତାସାର ପୁସ୍ତକ ମଧ୍ୟ ଉପହାର ଦେଇଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଘନଶ୍ୟାମ ପଣ୍ଡା, ପ୍ରତାପ ପ୍ରଧାନ, ଜୟପ୍ରକାଶ ଦାସ ପ୍ରଭୃତି ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ । ପରିଶେଷରେ ଜିଲ୍ଲା ସଂଯୋଜକ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

fifteen − 5 =