କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର(ଡୁଡୁକା) ବ୍ଲକ ବକଟି ଆଂଚଳିକ ସାଧନ କେନ୍ଦ୍ରରେ ଶିଶୁ ମହୋତ୍ସବ ସୁରଭି -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଏମଏଚଏସ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବାସୁଦେବ ପଧାନଙ୍କ ସଭାପତିତ୍ୱରେ ବକଟି କ୍ଲଷ୍ଟରସ୍ତରୀୟ ସିଆରସିସି ବାବୁ ଲାଲ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ବକଟି ଗ୍ରାମ ପଂଚାୟତ ସରପଂଚ ମତି ସୁଲତା ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟି ପ୍ରଥମେ ବାଗ୍‌ଦେବୀ ମା’ ସରସ୍ୱତୀଙ୍କ ପୂଜନ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ବକ୍ତୃତା, ଚିତ୍ରାଙ୍କନ, ସୃଜନ ଶୀଳନ ଲିଖନ, ଶୃତ ଲିଖନ ଓ ହସ୍ତାକ୍ଷର, ସଂଗୀତ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଚିତ୍ରକଳା ଓ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକମାନଙ୍କ ମାଧ୍ୟମରେ ବରିଷ୍ଠ ଓ କନିଷ୍ଠ ବିଭାଗ ଛାତ୍ରଛାତ୍ରୀଙ୍କୁ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ପାଇଁ ମୂଲ୍ୟାଙ୍କନ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା । ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୬ ତାରିଖ ଆଗଲପୁର(ଡୁଡୁକା) ବ୍ଲକକୁ ପଠାଯିବାର ସୂଚନା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

5 × 5 =